Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ନାଟ୍ୟ ପରିଷଦ, ଲେମ୍ଭେଇ ଗ୍ରାମରେ ସାମାଜିକ ନାଟକ କନିଆଁ ସାଜିଛି, କନକ ଗୋରୀ, ର ଶୁଭ ଉଦଘାଟନ

ବ୍ରହ୍ମପୁର LR NEWS (୨୭/୦୩/୨୩) ଭଂଜନଗର – ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ନାଟ୍ୟ ପରିଷଦ, ଲେମ୍ଭେଇ ଗ୍ରାମରେ ସାମାଜିକ ନାଟକ , କନିଆଁ ସାଜିଛି, କନକ ଗୋରୀ, ର ଶୁଭ ଉଦଘାଟନ ଓ ଗ୍ରାମ ମଝି ଦାଣ୍ଡରେ ନାଟକ ମଞ୍ଚସ୍ଥ l ଗ୍ରାମ ବାସୀଙ୍କ ସହଯୋଗ ଏବଂ ଗ୍ରାମର ଯୁବ କଳାକାରଙ୍କ ସହଯୋଗ ରେ ଏହି ସାମାଜିକ ନାଟକ ଏବଂ ମେଲୋଡି ଓ ଭଜନ ସମାରୋହ କୁଉକ୍ତ ଗ୍ରାମର ଏବଂ ନିକଟ ତର ଗ୍ରାମ ଗୁଡିକର ହଜାର ହଜାର ଦର୍ଶକ ଉପଭୋଗ କରି ଥିଲେ l ବହୁ ପୁରାତନ ଏହି ଗ୍ରାମର ଦଣ୍ଡନାଚ ଆସନ୍ତା ମେରୁ ପର୍ଯ୍ୟନ୍ତ ବିଭିର୍ଣ୍ଣ ଗ୍ରାମରେ ମା ଦଣ୍ଡକାଳୀଙ୍କ ପୂଜା ସହିତ ପାରମ୍ପରିକ ନୀତି ନିୟମ ପ୍ରକାରେ ପ୍ରଦାଶିତ ହେବା ଆଜିର ନାଟକ ଉଦଘାଟନ ସଭାକୁ ସମାଜସେବୀ ଶୂଳପାଣି ଶତପଥି, ସଭାପତି ଭାବେ ସଭା ପରିଚାଳନା କରିଥିବା ବେଳେ ଭଞ୍ଜନଗର ବ୍ଳକ ଅଧକ୍ଷ ନରିସଭା ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକର ଶୁଭ ଉଦଘାଟନ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମ ରେ ଅତିଥିଭାବେ ଭଞ୍ଜନଗର ବ୍ଳକ ଉପାଧକ୍ଷ୍ୟl ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସାଥେ ଅଞ୍ଚଳ ର ବହୁ ସମାଜ ସେବି ତଥା କଲାପ୍ରେମୀ ଉପସ୍ଥିତ ରହି ଦଣ୍ଡନାଚ ବାବଦରେ ବକ୍ତ୍ୟବ ରଖୁଥିଲେ, ସେମାନେ ହେଲେ, ସମାଜସେବୀ ରବୀନ୍ଦ୍ର ପ୍ରଧାନ, ତୁରୁମୁ, ସଂଜୟ କୁମାର ନାୟକ, ବାରୁଡା, ଗୋପାଳ କୃଷ୍ଣ ଦଳବେହେରା, କୋକଳବl, ଚନ୍ଦନ ପ୍ରଧାନ, ଗାଡ଼ିଆପଡl, ତ୍ରିଲୋଚନ ପ୍ରଧାନ ଯୋଗ ଦେଇ ଥିଲେ l ମଂଚାସୀନ ସମସ୍ତ ଅତିଥିଙ୍କୁ ଗ୍ରାମ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l ଉକ୍ତ ସାମାଜିକ ନାଟକକୁ ଡ଼. ନିହାର ରଞ୍ଜନ ମହାନ୍ତି, କଟକ ଗୁଣ୍ଡୁଲି ନିର୍ଦେଶନା ଦେଇ ଛନ୍ତି l କମିଟିର ସମସ୍ତ ସଦସ୍ୟ ଓ କର୍ମକର୍ତା ଦୁନ୍ଦର ଭାବରେ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Leave A Reply

Your email address will not be published.

9 + seven =