Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଲୁଗାଁ ବନାଚଳ ରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ବାଲୁଗାଁ, ୧୬/୦୮: (LR NEWS): ସ୍ୱାଧୀନତାର ୮୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି ସାରା ଦେଶରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ଗରିମାର ସହ ପାଳନ କରାଯାଇଛି। ବାଲୁଗାଁ ବନ ବିଭାଗ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ରେଞ୍ଜର ପ୍ରମୋଦ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ହେମନ୍ତ ଜାନୀ , ପୁର୍ଣ୍ଣ ସୋରେନ୍ , ତ୍ରିନାଥ ପ୍ରଧାନ, ବ୍ରଜ ହାଂସଦା, ସୁବ୍ରତ ଜାନୀ ସମେତ ସମସ୍ତ ଫରେଷ୍ଟ ଗାର୍ଡ, ଓ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ। ଦୀର୍ଘ ବର୍ଷର ଇଂରେଜ ଶାସନ ବିରୋଧରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ ପରେ ଭାରତ ସ୍ୱାଧୀନତା ଲାଭ କରିଥିଲା। ତେଣୁ ଅଗଷ୍ଟ ୧୫ କେବଳ ଏକ ଜାତୀୟ ପର୍ବ ନୁହେଁ, ଏହା ଦେଶର ବୀର ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ନିଜ କର୍ତ୍ତବ୍ୟ ପ୍ରତି ସଂକଳ୍ପବଦ୍ଧ ହେବାର ଦିନ ବୋଲି ରେଞ୍ଜର ପଣ୍ଡା କହିଥିଲେ।

ବିଶେଷକରି ବନ ବିଭାଗର କର୍ମଚାରୀମାନେ ଜଙ୍ଗଲ, ବନ୍ୟଜନ୍ତୁ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାରୁ ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜ ଭାରତ ଗଠନ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଦେଶପ୍ରେମର ଭାବନା ଓ ଜାତୀୟ ଏକତାର ବାର୍ତ୍ତା ମଧ୍ୟରେ ବାଲୁଗାଁ ବନ ବିଭାଗର ୮୦ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.

two × five =