Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ଅନୁକମ୍ପାମୂଳକ ଯୋଜନା ମାଧ୍ୟମରେ ଚାକିରୀ କରିଥିବା କର୍ମଚାରୀ ମଞ୍ଚ ତରଫରୁ ପ୍ରଥମ ଅଧିବେଶନ।

ଖୋର୍ଦ୍ଧା ( LR NEWS) ତା ୨୩/୦୮/୨୬ ରିଖ ରେ ଖୋର୍ଦ୍ଧା ଗୀତା ଭବନ ପରିସରରେ ଅନୁକମ୍ପା ମୂଳକ ଯୋଜନା ସହାୟତା ମାଧ୍ୟମ ରେ  ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ କ୍ଷେତ୍ରରେ  ପୁରୁଣା ପେନସନ ଯୋଜନା ଲାଗୁ ନିମନ୍ତେ I

ଭାରତ ସରକାର ତାଙ୍କର  କାର୍ମିକ  ସାଧାରଣ ଅଭିଯୋଗ ଏବଂ ପେନସନ ଭୋଗୀ କଲ୍ୟାଣ ବିଭାଗ ସ୍ମାରକ ପତ୍ର ସଂଖ୍ୟା -୫୭/୦୫/୨୦୨୧-୧୫୧୯ (B ) ତା . ୨୨.୦୬.୨୦୨୬  ରିଖ ଦିନ ଘୋଷଣା କରିଛନ୍ତି ଯେ , ଯେଉଁ ମାନେ ଅନୁକମ୍ପା ମୂଳକ ଯୋଜନା ମାଧ୍ୟମ ରେ ଚାକିରୀ କରିବା ପାଇଁ ତା. ୩୧.୧୨.୨୦୦୩ ପୂର୍ବରୁ ଦରଖାସ୍ତ କରିଥିବେ ସେମାନେ ପୁରୁଣା ପେନସନ ଯୋଜନାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ I 

ଏହାକୁ ପ୍ରଚଳିତ କରିବା ପାଇଁ କେନ୍ଦ୍ର ସରକାର , ତାଙ୍କର ସମସ୍ତ ବିଭାଗକୁ ନିର୍ଦେଶ ଦେଇଅଛନ୍ତି I ଉପରୋକ୍ତ ଘୋଷଣା ପତ୍ର କୁ ପାଥେୟ କରି , ଆନ୍ଧ୍ର ପ୍ରଦେଶ ର ସରକାର ତାଙ୍କର ପତ୍ର ସଂଖ୍ୟା ୫୩  ତା . ୧୩.୦୭.୨୦୨୬ ରିଖ ରେ ଘୋଷଣା କରିଛନ୍ତି ଯେ ଯେଉଁ ମାନେ ୦୧.୦୯.୨୦୦୪ ତାରିଖ ପୂର୍ବରୁ ପ୍ରକାଶ ପାଇଥିବା  ବିଜ୍ଞାପନ ଅନୁଯାଇ ଚାକିରୀ ଆବେଦନ କରି ତା. ୦୧.୦୧.୨୦୦୫ ପରେ ସରକାରୀ ଚାକିରୀ ପାଇଛନ୍ତି ଓ ସେମାନେ ପାଉଥିବା NPS ପେନସନ  ଯୋଜନା ରୁ ସେମାନଙ୍କୁ  ପୁରୁଣା ପେନସନ ଯୋଜନାକୁ ପରିବର୍ତନ କରାଯିବ I   

 

ଭାରତ ସରକାରଙ୍କ  ରେଳ ମନ୍ତ୍ରାଳୟ , ତାଙ୍କର ପତ୍ର ସଂଖ୍ୟା ୪୩/୧୨/୨୦୧୮ ତା୨୪.୦୬.୨୦୨୬ଅନୁସାରେଭାରତ ସରକାରଙ୍କର   କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନସନ ଭୋଗୀ କଲ୍ୟାଣ   ବିଭାଗର ଉପରୋକ୍ତ ନିର୍ଦେଶ ନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି I 

ଭାରତ ସରକାରଙ୍କର ଉପରୋକ୍ତ ନିର୍ଦେଶ ନାମାକୁ ପାଥେୟ କରି ଓଡିଶା ସରକାରଙ୍କ ନିକଟର , ଅନୁକମ୍ପା ମୂଳକ ଯୋଜନା ମାଧ୍ୟମ ରେ ଚାକିରୀ କରିଥିବା କର୍ମଚାରୀ ମାନେ , ଓଡିଶା  ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରୁଛନ୍ତି କି , ଯେଉଁ ମାନେ ତା ୩୧.୧୨.୨୦୦ ପୂର୍ବରୁ ଦରଖାସ୍ତ ଦେଇ ତା୦୧.୦୧.୨୦୦୫ ପରେ ସରକାରଙ୍କର ଅନୁକମ୍ପା ମୂଳକ ଯୋଜନା ମାଧ୍ୟମ ରେ ଚାକିରୀ ପାଇଛନ୍ତି , ସେମାନଙ୍କୁ NPS  ପେନସନ  ଯୋଜନା ରୁ ପୁରୁଣା ପେନସନ ଯୋଜନାକୁ ପରିବର୍ତନ କରିବା ପାଇଁ  ବିବୃତ୍ତି ଉପସ୍ଥାନ କରିଥିଲେ ଉକ୍ତ ଯୋଜନା ଲାଗୁହେଲେ , ରାଜ୍ୟ   ବିଭିନ୍ନ ବିଭାଗ ରେ ମାତ୍ର ତିନି ରୁ ଚାରି ହଜାର କର୍ମଚାରୀ ଉପକୃତ ହେବେ I 

    ଆଜି ତା ୨୩..୨୦୨୬ ଶ୍ରୀ ପ୍ରଦୀପ୍ତ କୁମାର ନନ୍ଦ  , ଆବାହକ , ଓଡିଶା ଅନୁକମ୍ପା ମୂଳକ ଯୋଜନା ମାଧ୍ୟମ ରେ ଚାକିରୀ କରିଥିବା କର୍ମଚାରୀ ମଞ୍ଚ ଙ୍କ ଆହ୍ୱାନ କ୍ରମେ ରାଜ୍ୟ  ତିରିଶି ଗୋଟି ଜ଼ିଲ୍ଲା ରୁ ଏକ ଶତ ରୁ ରୁ ଅଧିକ କର୍ମଚାରୀ , ଖୋର୍ଦ୍ଧା  ଗୀତାଭାବନ ପ୍ରାଙ୍ଗଣ ରେ ଏକତ୍ରିତ ହୋଇ ଆଲୋଚନା ରେ ଅଂଶ  ଗ୍ରହଣ କରିଥିଲେ ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ , ଶ୍ରୀ କ୍ଷେତ୍ର ମୋହନ ଦାଶ , ପୂର୍ବତନ ସମ୍ପାଦକ ଓଡିଶା କର୍ମଚାରୀ ସମ୍ମୋନୟ ସମିତି,  ମୁଖ୍ୟ ବକ୍ତା ଶ୍ରୀ ନାରାୟଣ  ଦାଶ  , ପୂର୍ବତନ ମୁଖ୍ୟ ଉପଦେଷ୍ଟା ରାଜ୍ୟ ଓଡିଶା ଅମଲାସଂଘସମ୍ମାନିତ ଅତିଥି ,ଶ୍ରୀ ଅଶୋକ କୁମାର ପଣ୍ଡାଅଧ୍ୟକ୍ଷ , ରାଜ୍ୟ ଓଡିଶା ଅମଲାସଂଘ , ସମ୍ମାନିତ ଅତିଥି, ଶ୍ରୀ ବୃହସ୍ପତି ସାମଲ , ପୂର୍ବତନ ସଦଶ୍ୟଦେଶ କର୍ମଚାରୀ ସମ୍ମୋନୟ ସମିତିସମ୍ମାନିତ ଅତିଥି , ମନୋଜ କୁମାର ମଲ୍ଲିକ, ଯୋଗଦେଇ କର୍ମଚାରୀମାନଙ୍କ ମନୋବଳ କୁ ସୁଦୃଢ କରିଥିଲେ  I ବିଶେଷ କରି ରଶ୍ମି ରଞ୍ଜନ ଦାସ ,ଖୋର୍ଦ୍ଧା , ଧର୍ମେଶ ଶତପଥି , ବାଲେଶ୍ୱର , ନିରଞ୍ଜନ ପତ୍ର , କଟକ , ଆଲୋକ ମୁଖାର୍ଜୀ , ଭଦ୍ରକ , ମନୋଜ ବେହେରା , ମୟୁରଭଞ୍ଜ , ମନୋରଞ୍ଜନ ଡୋରା   ଅଜିତ କୁମାର ନାୟକ ଭୁବନେଶ୍ୱର ପ୍ରମୁଖ ଙ୍କ ସହଯାଗ ରେ ଆଜିର ସଭା ଅନୁଷ୍ଠିତ ହୋଇଯାଇଅଛି।

Leave A Reply

Your email address will not be published.

one × one =