ବ୍ରହ୍ମପୁର LR NEWS(୨୬/୦୩/୨୩) ଭଂଜନଗର-ତା-“ସ୍ୱାସ୍ଥ୍ୟ ହିଁ ସଂପଦ”,ଲୋକଙ୍କ ଜୀବନ ସୁରକ୍ଷିତ ରହିଲେ ବନ ମଧ୍ୟ ସୁରକ୍ଷିତ ହେବ,ଏହି ସନ୍ଦେଶ ନେଇ ଘୁମୁସର ବନ ନିଗମ ତରଫରୁ ସୋରଡା ବନାଞ୍ଚଳ ଅନ୍ତର୍ଗତ ଗାଜଲବାଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ତଥା ଘୁମୁସର ବନ ନିଗମ ମୂଖ୍ୟ ପରିଚାଳକ ଶ୍ରୀ ଯୁକ୍ତ ଦିଲ୍ଳୀପ କୁମାର ରାଉତ(ଓଡିଶା ବନ ସେବା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟ ୨୫୮ ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ମାଗଣା ଔଷଧ ପତ୍ର ବଣ୍ଟନ କରାଯାଇଥିଲା ।
ଏଥିରେ ଆଖପାଖ ଗ୍ରାମପୁଞ୍ଜ ଯଥା:-ଗାଜଲ ବାଡ଼ି ,ରାମନା ବାଡି, ରୁବାଙ୍ଗି,ଆଡିପଙ୍କା,ବାଇମେଳା, ରାହାଣ ଗଣ୍ଡା,ଜିରାକୁଆ, ପାଜିବରା ଇତ୍ୟାଦି ଦୁର୍ଗମ ଅନୁନ୍ନତ ଅଂଚଳରୁ ଆସିଥିବା ଗରିବ ରୋଗୀମାନେ ସ୍ୱାସ୍ଥ୍ୟ ସେବାର ସୁବିଧା ସୁଯୋଗ ପାଇଥିଲେ ।ବନ ବିଭାଗର ସି ଏସ ଆର ପାଣ୍ଠି ସହାୟତା ରେ ଆୟୋଜିତ ଏହି ସ୍ବେଛାସେବୀ କାର୍ଯ୍ୟକୁ ସ୍ଥାନୀୟ ଗାଜଲ ବାଡି ସରପଞ୍ଚ ଓ ତାଙ୍କ ନେତୃତ୍ୱରେ ଅନେକ ସ୍ବେଚ୍ଛାସେବୀ ତଥା ଭଞ୍ଜନଗର ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ,ସୋରଡ଼। ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ,ଗାଜଲ ବାଡି ବନପାଳ ଶ୍ରୀ ଅର୍ଜୁନ ଜାନି ଓ ସମସ୍ତ ବିଟ ବନରକ୍ଷୀ ସହଯୋଗ କରିଥିଲେ ।
ସୋରଡ଼। ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ା .ଅଜିତ କୁମାର ପାଣିଗ୍ରାହୀ, ସହଯୋଗୀ ଡାକ୍ତର ନୀଳିମା ରାଉତ,ଡାକ୍ତର ଶିବପ୍ରସାଦ ରାଉତ,ଫାର୍ମାସିଷ୍ଟ ଶ୍ରୀମତୀ ତୃପ୍ତିରାଣୀ ସାହୁ,ଷ୍ଟାଫ ନର୍ସ ରଶ୍ମିତା ଦେବୀ ପ୍ରମୂଖ ଏହି ଶିବିରରେ ରୋଗୀ ଚିକିତ୍ସା କରିଥିଲେ ।ଦୁର୍ଗମ ଅଂଚଳରେ ଏହି ଆବଶ୍ୟକୀୟ ସେବା ଉପଲବ୍ଧ କରାଯାଇ ପାରି ଥିବାରୁ ଏହାକୁ ବୁଦ୍ଧିଜୀବି ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି ।