Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆମେ ଜାଣିବା, ଆମେ ଜିଣିବା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଖୋର୍ଦ୍ଧା: ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ସଂଖ୍ୟାଲଘୁ ସମ୍ପ୍ରଦାୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ବ୍ଲକ ଅର୍ନ୍ତଗତ ଟାଙ୍ଗିଆପଡା ଆଶ୍ରମ ବିଦ୍ୟାଳୟରେ ‘ଆମେ ଜାଣିବା ଆମେ ଜିଣିବା’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ସେବିକା ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁରେଶ ଚନ୍ଦ୍ର ଜିତ୍ ବାବୁ ଯୋଗ ଦେଇଥିବା ବେଳେ ବ୍ଲକ ସଂପ୍ରସାରଣ ଅଧିକାରୀ ଅନନ୍ୟା ଆଚାର୍ଯ୍ୟ, ଏବିଇଓ ସ୍ବର୍ଣ୍ଣଲତା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ପ୍ରମୁଖ ଯୋଗଦେଇଥିଲେ ।

ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆମେ ଜାଣିବା , ଆମେ ଜିଣିବା , ବିଷୟ ଉପରେ ଅତିଥିମାନେ ଆଲୋକପାତ କରି ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରାବାସରେ ରହୁଥିବା ଛାତ୍ର ଛାତ୍ରୀଙ୍କ ଶିକ୍ଷା ସହ ସ୍ୱାସ୍ଥ୍ୟ , ପରିମଳ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗର ଉପଲବ୍ଧିକୁ ଅଭିଭାବକମାନେ ଜାଣିବା ସହ ଶିକ୍ଷା ଅନୁଷ୍ଠାନର ଉନ୍ନତିରେ ସେମାନଙ୍କର ଦାୟିତ୍ଵ ଓ କର୍ତବ୍ୟ ଗୁରୁତ୍ୱକୁ ଉପଲବ୍ଧ କରିବା । କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦ , ବିଦ୍ୟାଳୟ କମିଟି ସଦସ୍ୟ ସଦସ୍ୟା , ଛାତ୍ରଛାତ୍ରୀ ତଥା ଗ୍ରାମର ଭଦ୍ରବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦିବସ ନିମନ୍ତେ ଅନୁଷ୍ଠିତ ବକ୍ତୃତା , ଚିତ୍ରାଙ୍କନ , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ / ଅଭିଭାବିକାଙ୍କ ମଧ୍ୟରେ ହୋଇଥିବା ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପାତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସେବାଶ୍ରମର ସେବିକା ଅନିତା ମହାପାତ୍ର ଓ ସେବକ ପରମଜ୍ୟୋତି ମିତ୍ର ପରିଚାଳନା କରିଥିବାବେଳେ ରଶ୍ମୀରାଣୀ ପ୍ରଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen + 17 =