Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସପ୍ତାହବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ।

LR NEWS ଭଞ୍ଜନଗର :-ଏଠାରୁ ତିନି କିଲୋମିଟର ଦୂର ଜବାହର ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡl ଠାରେ ସମ୍ବାଦ ସାହିତ୍ୟଘର ତରଫରୁ ସପ୍ତାହବ୍ୟାପି ଭଞ୍ଜ ଜୟନ୍ତୀ ର ଶୁଭାରମ୍ଭ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିନି ଉପଦେଷ୍ଟା ମନୁନନ୍ଦ ପତି, ଶୂଳପାଣି ଶତପଥୀ, ଜଗବନ୍ଧୁ ଜେନା, ସମ୍ପାଦକ ସନ୍ତୋଷ ଜେନା, ସହ ସମ୍ପାଦକ ଡ଼. ଗୁରୁମୂର୍ତି ନାୟକ, କୋଷାଧକ୍ଷ ତ୍ରିନାଥ ବେହେରା, ଅଶୋକ କୁମାର ସ୍ୱାଇଁ ମଞ୍ଚlସୀନ ହୋଇ ଉପେନ୍ଦ୍ର ଭଞ୍ଜ ଙ୍କ ଜୀବନୀ, ସାହିତ୍ୟିକୃତୀ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ସଭ୍ୟା ସଂଗୀତା ପଣ୍ଡା, ଅଶୋକ ସ୍ୱାଇଁ, ସୁବାସ ଚନ୍ଦ୍ର ତାରିଣୀ ଓ ନବାଗତ ସଭ୍ୟା ରୀନା ସେଠୀ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ l ଶେଷରେ କୋଷାଧକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ଆସନ୍ତା କାଲି ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଡିହ ପଢାଳ ଠାରେ ଦ୍ୱିତୀୟ ଦିବସ ପାଳନ କରାଯିବ l

ଏଥିରେ ବିଦ୍ୟାଳୟ ର ଶିକ୍ଷକ ସlଜନ ସ୍ୱାଇଁ, ଗଣେଶ ପଣ୍ଡା, ମନୋରଞ୍ଜନ ପଣ୍ଡା, ଗୀତାଞ୍ଜଳି ମଳିକ, ରାଜଶ୍ରୀ ପଟ୍ଟନାୟକ, ରାଜଲଷ୍ମୀ ସାହୁ, ରଶ୍ମିତା ସାହୁ, ଶରତ ଚନ୍ଦ୍ର ବେହେରା, ନୀଳାଞ୍ଚଳ ପ୍ରଧାନ, ପୁଷ୍ପାଞ୍ଜଳି ସ୍ୱାଇଁ, ନିର୍ମଳ ସ୍ୱାଇଁ ଓ ପୁଷ୍ପାଞ୍ଜଳି ନାୟକ ସହଯୋଗ କରିଥିଲେ l ଏଥିରେ ଶତାଧିକ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.

twelve + 9 =