ଖୋର୍ଦ୍ଧା ବ୍ଲକ ଡିହ ଖଳା ରେ ବନ୍ୟା ଜଳରେ ଝିଅବୋହୂମାନେ ପାଣି କୁ ଭୟ ନକରି ଭାଇମାନଙ୍କ ପାଇଁ ଖୁଦୁରୁକୁଣୀ ଓଷା ପାଳନ କରିଥିଲେ।
ଖୋର୍ଦ୍ଧା ( LR NEWS ୩୦/୮/୨୦) ବାର ମାସରେ ତେର ପରବ। ସନାତନ ଧର୍ମ ଜଗନ୍ନାଥ ସଂସ୍କୃତିର ବିଜୟ ଧ୍ୱାଜାକୁ ପାଥେୟ କରି ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହିଓଷାକୁ କୁଆଁରୀମାନେ ସ୍ଳବିଶେଷରେ ନବ ବିବାହିତାମାନଙ୍କ ପାଇଁ ପ୍ରଥମବର୍ଷ ପ୍ରତ୍ୟେହ ରବିବାର ଏହି ଓଷା ପାଳନ କରିଥାନ୍ତି। ଆଜି ମାସର ଶେଷ ରବିବାର ହେତ ଖୁଦୁରୁକୁଣୀ ଓଷା ଶେଷ ହୋଇଛି। କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି। ଖୋର୍ଦ୍ଧା ବ୍ଲକ ଡିହ ଖଳା ରେ ବନ୍ୟା ଜଳରେ ଝିଅବୋହୂମାନେ ପାଣି କୁ ଭୟ ନକରି ଭାଇମାନଙ୍କ ପାଇଁ ଓଷା ପାଳନ କରିଥିଲେ।