ଗଞ୍ଜାମ, ( LR NEWS ଟୁକୁନା ପ୍ରଧାନ, ୧୦.୦୫.୨୦୨୦) – : ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଦିନ ଅବକାରୀ ବିଭାଗର ଦିପ୍ତିମୟୀ ସାହୁ ଅବକାରୀ ଇନ୍ସପେକ୍ଟର , ଛତ୍ରପୁର,ଉମାକାନ୍ତ ସ୍ୱାଇଁ ,ଖଲିକୋଟ ଅବକାରୀ ଥାନା ଅଧିକାରୀ ଓ ଷ୍ଟାଫ ଙ୍କ ଦ୍ୱାରା ଖଲ୍ଲିକୋଟ ଓ ରମ୍ଭା ଥାନା ଅଂଚଳରେ ଚଢ଼ାଉ କରି ଚୋରା ଦେଶୀ ମଦ କାରବାରରେ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଏ ଚଢ଼ାଉରେ ବେଗୁନିଆପଡା ଅଂଚଳର ସୁନୀଲ ସ୍ୱାଇଁ ,ବ୍ରହ୍ମପୁରର ହୁଗୁଳାପାଟ ଗ୍ରାମର ଅଜିତ ନାୟଏ ଓ ମୋହନାର ଆଶିଷ ପଟ୍ଟନାୟକ ନାମରେ ଅବକାରୀ ଥାନା କେସ ନଂ ୮,୯,୧୧/୨୦-୨୧ ମାମଲା ରୁଜ୍ଜୁ କରାଯାଇଛି। ସେମାନଙ୍କ ନିକଟରୁ ୨୬୦ ଲିଟର ବେଆଇନି ଦେଶୀ ମଦ ସହିତ ଦୁଇ ଗୋଟି ମୋଟର ସାଇକେଲ ଜବତ କରାଯାଇଛି। ଲକ ଡାଉନ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦର ସୁଯୋଗ ନେଇ ବେଆଇନି ମଦ କରବାର ବଢି ଯାଇଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ଅବକାରୀ ବିଭାଗ ତରଫରୁ କୁହାଯାଇଛି ।