Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୨୫୬ କେଜି ଭାଙ୍ଗ ସହ ବ୍ୟବହୃତ ଆମ୍ବୁଲାନ୍ସ ଜବତ, ୨ ଗିରଫ ।

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୦୫.୧୦.୨୦୨୦) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢା଼ମ୍ବ ଛକ ରେ ରବିବାର ଅପରାହ୍ନ ରେ ଏକ ଗଞ୍ଜେଇ ଭର୍ତ୍ତି ଆମ୍ବୁଲାନ୍ସକୁ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫାଣ୍ଡି ରେ କାର୍ଯ୍ୟରତ ପଙ୍କଜ ଗୌଡ଼ ଆମ୍ବୁଲାଏନ୍ସ କୁ ଅଟକାଇ ଗାଡି ସହ ୨ ଜଣଙ୍କୁ ଅଟକ ରଖି ଥାନା କୁ ପଠାଇଥିଲେ । ଅବକାରୀ ବିଭାଗ ର ତଦନ୍ତ ପରେ ଜଣା ଯାଇଛି ଯେ ଗାଡ଼ିରେ ୨୫୬ କେଜି ଭାଙ୍ଗ ଦିଗପହଣ୍ଡି ରୁ ପୁରୀ ଯାଉଥିଲା ।

ଭାଙ୍ଗ ନେଉଥିବା ମାଲିକ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିବା ଯୋଗୁଁ, ବେଆଇନ ଭାଙ୍ଗ ଚାଲାଣ ଅଭିଯୋଗରେ ଥାନା କେଶ୍ ନଂ ୨୭୭/୨୦, ଓଡିଶା ଅବକାରୀ ଧାରା ୫୨ ପ୍ରକାରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳ ର ସୁନୀଲ ମିଶ୍ର ଓ କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଗୋପାଳ କରଣ କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ବ୍ୟବହୃତ ଆମ୍ବୁଲାନ୍ସ ଓ ଆର୍ ୦୨ ବି ପି ୫୩୦୦ କୁ ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ ସାହୁ ବିବୃତି ରେ ଜଣାଇଛନ୍ତି । ଆମ୍ବୁଲାନ୍ସ ଟି କବିସୂର୍ଯ୍ୟନଗର ସରକାରୀ ଡାକ୍ତର ଖାନା ରେ ଭଡା ସୂତ୍ର ରେ ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

17 + five =