Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଉଇଲକିଶନ ନଗର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ନବଜାତ ମୃତ ଶିଶୁ ପୁତ୍ର ଶବ ଉଦ୍ଧାର ହୋଇଛି ।

ଖୋରଧା (LR NEWS ୨୨/୯/୨୦) ଖୋରଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ହଳଦିଆ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଉଇଲକିଶନ ନଗର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଇଲକିଶନ ନଗର ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ନବଜାତ ମୃତ ଶିଶୁ ପୁତ୍ର ଶବ ଉଦ୍ଧାର ହୋଇଛି । ଆଜି ସକାଳୁ କିଛି ସ୍ତ୍ରୀ ଲୋକ ଶୌଚ ହେବାକୁ ଯାଇଥିଲା ବେଳେ ଏହାକୁ ଦେଖିବା ପରେ ଏହା ଜଣାପଡିଥିଲା ଏହା ପରେ ଗ୍ରାମ ବାସୀ ଙ୍କ ପକ୍ଷରୁ ଖୋରଧା ପୋଲିସ କୁ ଖବର ଦେବା ସହିତ ଖୋରଧା ପୋଲିସ ଶବ କୁ କୂଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନେଇଯାଇଛି । ଏହି କୂଅ ଭିତରକୁ କେମିତି ଆସିଲା ,କିଏ ପକେଇଲା ତାର କୌଣସି ସନ୍ଧାନ ମିଳି ନ ଥିବା ବେଳେ ଗ୍ରାମରେ ଏ ନେଇ ଅସନ୍ତୋଷ ଦେଖାଦେଇଛି । ଏଠି ସୂଚନା ଯେ ଉକ୍ତ ଗ୍ରାମରେ ଦୀର୍ଘ ୨୦ ବର୍ଷ ହେବ ସ୍ୱାସ୍ଥ୍ୟ ଉପକେନ୍ଦ୍ର କେବଳ ସରକାରୀ କାଗଜପତ୍ର ରେ ଚାଲୁଥିବା ବେଳେ ଏହି ଉପକେନ୍ଦ୍ର ର ନିଜସ୍ୱ ଘର ନ ଥିବା ରୁ ଗର୍ଭବତୀ ଓ କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ସେବା ସଠିକ ରୂପେ ହୋଇପାରିନି । ଏ ନେଇ ଦୀର୍ଘ ବର୍ଷ ବର୍ଷ ଗ୍ରାମ ତରଫରୁ ଓ ପଞ୍ଚାୟତ ପକ୍ଷରୁ ସ୍ୱାସ୍ଥ୍ୟଉପକେନ୍ଦ୍ର ପାଇଁ ଆବେଦନ ହେଉଥିଲେ ମଧ୍ୟ ତା ପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନି । ଯଦି ସ୍ୱାସ୍ଥ୍ୟ କେନ୍ଦ୍ର ଥାନ୍ତା ତେବେ ମହିଳା ସ୍ୱାସ୍ଥ୍ୟକର୍ମୀ ଉକ୍ତ କେନ୍ଦ୍ର ରେ ରହି ଜନ ସଚେତନତା କରିପାରନ୍ତେ ।

Leave A Reply

Your email address will not be published.

2 + 14 =