ବିଶ୍ୱ ମହିଳା ଦିବସ ଉପଲକ୍ଷେ (କବିତା)
ସ୍ରଷ୍ଟା ଯେବେ ସୃଷ୍ଟି କଲେ ବିଶାଳ ଧରଣୀ ,
ଆଦି ମାତା ଦୁର୍ଗା ହେଲେ ପ୍ରଥମ ଜନନୀ l
ପ୍ରକୃତି ପୁରୁଷ ପ୍ରଭୁ ସୃଷ୍ଟି କଲେ ଯେବେ,
ପ୍ରକୃତି ରହିଲେ ଆଗେ ବିଧାତା ଙ୍କ ଭାବେ l
ଆଦି ମାତା ଆଦ୍ୟ ଶକ୍ତି ମା ଦୁର୍ଗା ଭବାନି,
ଦୁଷ୍ଟ ନିବାରିଣ ଧରା ଶାନ୍ତ କଲେ ପୁଣି l
କେତେ କେତେ ବିରା ନାରୀ ଏ ଦେଶେ ଜନ୍ମିଲେ,
ନିଜ ବୀରତ୍ୱ ବଖାଣି ସ୍ଵଧାମେ ଚଳିଲେ l
ଇତିହାସେ ରହି ଅଛି ଯାହା ତାଙ୍କ ନାମ,
ଆଜି କିନ୍ତୁ ଆମ ଦେଶ କର୍ମ ଟା ବାମ
ବହୁ ବିଦ୍ୟା ଅଧିକାରୀ ହେଲେ ଏବେ ନାରୀ,
କିନ୍ତୁ, ଦିନୁ ଦିନ ବଢେ ତାଙ୍କ କରୁଣ କାହାଣୀ l
କାନ୍ଦୁଚି ଧରଣୀ ମାତା କାନ୍ଦେ ଆଜି ନାରୀ,
ସତେ କି ଆମ ଜୀବନ ଏତେ ହିନିମାନି ???
ନ ଶୁଣନ୍ତି ଆମ ଦୁଃଖ ନେତା ମନ୍ତ୍ରୀ ମାନେ,
କା ଆଗେ କହିବୁ ଦୁଃଖ ଭାବୁ ମନେ ମନେ l
ଶେଷ କୁ ଭରସା ଆମ କାଳିଆ ଠାକୁର,
ସେ ଯେବେ ହେବେ ପଥର ଶେଷେ ଆମେ ଯିବୁ ରସା ତଳ l
ଖୋର୍ଦ୍ଧା ଗଡ଼ ର ପାଇକ ବାହିନୀ ସତେ କି ସୋଇଛି ଆଜି ,
ଅତୀତ ଦିନ ର ଗୁଣ ଗାରିମା କୁ ଖୋଜି ତ ପାଉନୁ ଆଜି l
ଆରକ୍ଷୀ ଅଧିକ୍ଷ ଅଜୟ ପ୍ରତାପ ଦେବ ଦୂତ ସାଜି ଆସି ,
ଆମ ଦୁଃଖ ଅବା ଦୂର କରି ଦେବେ ଭାବି ମନ ହୁଏ ଖୁସି l
ଚୋରି ରାହା ଯାନୀ ନିଶା ବେପାରୀ ଙ୍କ ରାଜତ୍ୱ କମୁଚି ଧୀରେ ,
ନାରୀ ନିର୍ଯାତନା ଅଶ୍ଳୀଳ ଇଙ୍ଗିତ ଶୁଭୁନି କର୍ଣ୍ଣ ଗହ୍ବରେ l
ମହିଳା ପୋଲିସ ଲାଗି ପଡିଛନ୍ତି ମହିଳା ସୁରକ୍ଷା ପାଈଁ ,
ମହିଳା ଶାସନେ ସତେ କି ହସିବ ଆମ ଏ ଖୋର୍ଦ୍ଧା ଭୂଇଁ l
କେତେ ନୀରୀମାଖି ମହିଳା ଅଛନ୍ତି ରୋଗ ରେ ପୀଡିତ ହୋଇ,
ଔଷଧ ପାଈଁ କି ପାଖେ ନାହିଁ ଧନ
ରୋଗ ଶୋକ ଯାନ୍ତି ସହି l
ମହିଳା ଦିବସେ ମହିଳା ଙ୍କ ସ୍ୱାସ୍ଥ୍ୟ ତନକି କରିବା ପାଇଁ,
ଖୋର୍ଦ୍ଧା ଚିକିତ୍ସାଳୟେ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ କଲେ ଯାଇ l
ସେ ମହାନୁଭବ ଙ୍କୁ ଏତିକି ଦୈନି ନାରୀ ଙ୍କ ସୁରକ୍ଷା ପାଈଁ କରୁଥିବେ କାର୍ଯ୍ୟ ନ ହରାଇ ଧର୍ଯ୍ୟ ସାହା ହେବେ ବିଶ୍ୱ ସାଈ l