Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଭିନ୍ନ ଶୈବ ପିଠ ମାନଙ୍କରେ ମହାଶିବରାତ୍ରି

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୧.୦୨.୨୦୨୦) – : ଆଜି ପବିତ୍ର ଶିବରାତ୍ରୀ ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ଢେର ସମାଗମ ହୋଇଥିଲା l ଏହି ବ୍ଲକର ସାଙ୍କୁଡା ସ୍ଥିତ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଦଶ ହଜାରରୁଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ କେ. ବରିଡା ସ୍ଥିତ ଅମରେଶ୍ବର, ବେଗୁନିଆପଡା ସ୍ଥିତ ସିଦ୍ଧେଶ୍ୱର, କୋଦଳା ସ୍ଥିତ ଶ୍ରୀ ଦଣ୍ଡେଶ୍ଵର , ଷଣ୍ଢମୂଳ ସ୍ଥିତ ତୁମ୍ବେଶ୍ୱର, ତାଳସର ସ୍ଥିତ ତlଳେଶ୍ଵର, ଏ. ଶାଳବଣ ସ୍ଥିତ ସିଦ୍ଧେଶ୍ଵର, ପାଇକପଡl ସ୍ଥିତ ବଟେଶ୍ୱର, ସାଙ୍କୁଡା ସ୍ଥିତ ଜଗତେଶ୍ଵର, ନୂଆଗଡ଼ ସ୍ଥିତ ଗୁପ୍ତେଶ୍ୱର, ବାଲୁଙ୍କେଶ୍ଵର, ହନ୍ସତୁଳି ସ୍ଥିତ ଆଦିଶ୍ୱର, ବିକ୍ରମପୁର ସ୍ଥିତ ଶକଳେଶ୍ୱର ଙ୍କ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା l ସନ୍ଧ୍ୟାରେ ମନ୍ଦିର ବେଢାରେ ଭକ୍ତ ମାନେ ଦୀପ ଲଗାଇ ପୂଜାର୍ଚନା କରିଥିଲେ l ମନ୍ଦିର କମିଟି, ବେଗୁନିଆପଡା ଓ କୋଦଳା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା l ବିଭିନ୍ନ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବ ପୀଠ ମାନଙ୍କରେ ମଧ୍ଯ ମହାଶିବରାତ୍ରି ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

2 × five =