Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ସେମିରେ ବାଲିଆପଡ଼ା ଓ ଗଙ୍ଗପଡ଼ା।

ଖୋର୍ଦ୍ଧା(LR NEWS୧୬/୦୨/୨୩)-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଦେଉଳଟାଙ୍ଗୀ ଦଳକୁ ୬ଉଇକେଟରେ ହରାଇ ବାଲିଆପଡ଼ା ଦଳ ବିଜୟ ହୋଇଥିବା ବେଳେ, ୨ୟ ମ୍ୟାଚରେ ମୁକୁନ୍ଦପ୍ରସାଦ ଦଳକୁ ୨୦ରନରେ ହରାଇ ଗଙ୍ଗପଡ଼ା ଦଳ ବିଜୟ ହୋଇ ସେମିକୁ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ଦେଉଳଟାଙ୍ଗୀ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୫ ଓଭରରେ ୫ ଉଇକେଟ ହରାଇ ୧୫୯ରନ କରିଥିଲେ । ଦଳ ପକ୍ଷରୁ ଗୋପିନାଥ ମାଝୀ ୩୧ଟି ବଲରୁ ୬୨ରନ ଓ ଗଙ୍ଗାଧର ୨୩ଟି ବଲରୁ ୩୫ରନ କରିଥିଲେ । ସେହିପରି ବାଲିଆପଡ଼ା ଦଳ ପକ୍ଷରୁ ଅନିଲ ସାହୁ ୩ଟି ଓ ସିପୁନ ପଟ୍ଟନାୟକ ୨ଟି ଉଇକେଟ୍ ନେଇଥିଲେ । ଜବାବରେ ବାଲିଆପଡ଼ା ଦଳ ୧୨ ଓଭରରେ ୪ ଉଇକେଟ ହରାଇ ୧୬୧ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଏବି ଦୀପକ ୨୯ଟି ବଲରେ ୪୧ରନ ଓ ଅନିଲ ସାହୁ ୧୧ଟି ବଲରୁ ୨୩ରନ୍ କରିଥିବା ବେଳେ ଦେଉଳଟାଙ୍ଗୀ ଦଳର ହେମନ୍ତ ରାଉତ ୨ଟି ଉଇକେଟ ନେଇଥିଲେ । ସେହିପରି ୨ୟ ମ୍ୟାଚରେ ମୁକୁନ୍ଦପ୍ରସାଦ ଦଳ ଟସରେ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଗଙ୍ଗପଡ଼ା ଦଳ ବ୍ୟାଟିଂ କରି ୧୬ ଓଭରରେ ୫ ଉଇକେଟ ହରାଇ ୨୦୭ରନ କରିଥିଲେ ।

ଦଳ ପକ୍ଷରୁ ରଶ୍ମିରଂଜନ ଜେନା ୩୭ଟି ବଲରୁ ୬୮ରନ୍ ଓ ଅନିଲ ମହାପାତ୍ର ୨୦ଟି ବଲରୁ ବିସ୍ପୋରକ ୬୭ରନ କରିଥିଲେ । ମୁକୁନ୍ଦପ୍ରସାଦ ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ଦାସ ୩ଟି ଉଇକେଟ ନେଇଥିଲେ । ଜବାବରେ ମୁକୁନ୍ଦପ୍ରସାଦ ଦଳ ମହମ୍ମଦ ଏରସାଦଙ୍କ ୪୩ବଲରୁ ୧୦୩ରନ ସହାୟତାରେ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୧୮୭ରନ କରିବାକୁ ସକ୍ଷମ ହୋଇଥିଲେ । ଗଙ୍ଗପଡ଼ା ଦଳ ପକ୍ଷରୁ ଅନିଲ ମହାପାତ୍ର ୩ଟି ଓ ରଶ୍ମିରଂଜନ ଜେନା ୪ଟି ଉଇକେଟ୍ ନେଇଥିଲେ । ପ୍ରଥମ ମ୍ୟାଚରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା ଯୋଗଦେଇ ବାଲିଆପଡ଼ା ଦଳର ଅନିଲ ସାହୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିବା ବେଳେ, ୨ୟ ମ୍ୟାଚରେ କ୍ରୀଡ଼ା ସଂଗଠକ ପ୍ରଦୀପ ଦାସ ଅତିଥି ଭାବେ ଯୋଗଦେଇ ଗଙ୍ଗପଡ଼ା ଦଳର ଅନିଲ ମହାପାତ୍ରଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଆଜିର ମ୍ୟାଚକୁ ସାନୁଜ ବିଶ୍ୱାଳ, ସୁଜିତ୍ ପରିଡ଼ା ଓ ଅଶିତ ପରିଡ଼ା ପରିଚାଳନା କରିଥିଲେ । ଆସନ୍ତାକାଲି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ଗଙ୍ଗପଡ଼ା ଓ ସୁଆଁଙ୍ଗ ମଧ୍ୟରେ ହେବାକୁ ଥିବାବେଳେ, ୨ୟ ମ୍ୟାଚ ପଳାଶପୁର ଓ ବାଲିଆପଡ଼ା ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

18 − 1 =