ବୋଲଗଡ ତା -୧୫/୨LR NEWS ବୋଲଗଡ ବ୍ଲକ କଳାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳାଙ୍ଗ ଗ୍ରାମର କଳାଙ୍ଗ ସନସାଇନ କ୍ରିକେଟ କ୍ଳବ ଆନୁକୂଲ୍ୟରେ କଳାଙ୍ଗ ସ୍ଥିତ ଗୋଛାବାରୀ ପଡ଼ିଆରେ ୨୧ ତମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ରବିବାର ଦିନ ଉଦଘାଟିତ ହୋଇଯାଇଛି I ନକଆଉଟ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ପର୍ଯ୍ୟାୟ କ୍ରମେ ଦୁଇ ଗୋଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଆଜିର ଏହି ଉଦ୍ଘାଟନୀ ମ୍ୟାଚ ୧୬ ଓଭର ବିଶିଷ୍ଟ ଖେଳା ଯାଇଥିଲା I ଏହି ଉଦ୍ଘାଟନୀ ମ୍ୟାଚରେ ପ୍ରଥମେ ବଧିପାଟଣା କ୍ରିକେଟ ଦଳ ଓ କଟକ କ୍ରିକେଟ କ୍ଲବ ଦଳ ମଧ୍ୟରେ ମହା ମୁକାବିଲା ହୋଇଥିଲା I ପ୍ରଥମେ କଟକ କ୍ରିକେଟ କ୍ଳବ ଦଳ ଟଚ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ୧୫.୨ ଓଭର ଦୁଇଟି ବଲରେ ତାର ସମସ୍ତ ଉଇକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା I ଏହାର ଜବାବରେ ବଧିପାଟଣା କ୍ରିକେଟ ଦଳ ୧୬ ଓଭର ଖେଳି ତାର ୫ ଗୋଟି ମୂଲ୍ୟବାନ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା I ଯାହାଫଳରେ କଟକ କ୍ରିକେଟ କ୍ଳବ ଦଳ ପ୍ରଥମ ଉଦ୍ଘାଟନୀ ମ୍ୟାଚରେ ୫ରନରେ ବିଜୟୀ ହୋଇ କ୍ଵାଟର ଫାଇନାଲକୁ ଉନ୍ନୀତ ହୋଇଥିଲା I କଟକ କ୍ରିକେଟ ଦଳର ଖେଳାଳି ଗୁଡ଼ୁ ବୋଲିଂ କରି ୧ ଉଇକେଟ ନେଇଥିବା ସହିତ ବ୍ୟାଟିଂ କରି ୧୦ ବଲରେ ୨୭ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଥିଲେ I ଏହି ମ୍ୟାଚଟିକୁ ଅମ୍ପିୟାର ଭାବେ ଶରତ ଚନ୍ଦ୍ର ଚୌଧୁରୀ ଓ ସର୍ବେଶ୍ୱର ସାହୁ ପରିଚାଳନା କରିଥିଲେ I

ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ସମାଜ ସେବୀ ଗଗନ ବେହେରା, ସମ୍ମାନିତ ଅତିଥିଭାବେ ସମାଜ ସେବୀ ମନୋଜ ମହାପାତ୍ର ଓ ସୁବାଷ ଜେନା, କଳାଙ୍ଗ ସନସାଇନ କ୍ରିକେଟ କ୍ଲବର ସଭାପତି ଅତ୍ୟୁଲ୍ୟ ନିଶଙ୍କ,ସମ୍ପାଦକ ଚିନ୍ମୟ କୁମାର ହୋତା, ଉପସଭାପତି ମନୋରଞ୍ଜନ ସୁବୁଦ୍ଧି, କୋଷାଧକ୍ଷ ସୌଭାଗ୍ୟ ନିଶଙ୍କ ସହ ସମ୍ପାଦକ ଦୀପୁନ ସାହୁ,ଉପ କୋଷାଧକ୍ଷ ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିବା ସହ କପ ଉନ୍ମୋଚନ କରିଥିଲେ I ଆୟୋଜକ କ୍ଲବର ସଦସ୍ୟ ପ୍ରଭାତ ସ୍ୱାଇଁ, ସୋମନାଥ ମହାରଣା ପ୍ରମୁଖ ସହଯୋଗ କରିଥିଲେ I ପରିଶେଷରେ କଳାଙ୍ଗ ସନସାଇନ କ୍ରିକେଟ କ୍ଳବର ସମ୍ପାଦକ ଚିନ୍ମୟ କୁମାର ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I