Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ଫାଇନାଲରେ ସୁଆଁଙ୍ଗ ଓ ପଳାଶପୁର।

ଖୋର୍ଦ୍ଧା-LR NEWS (୧୭/୦୨/୨୩)ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଗଙ୍ଗପଡ଼ା ଦଳକୁ ୮ଉଇକେଟରେ ହରାଇ ସୁଆଁଗ ଦଳ ପ୍ରଥମ ଦଳ ଭାବେ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ, ୨ୟ ମ୍ୟାଚରେ ବାଲିଆପଡ଼ା ଦଳକୁ ୨ରନରେ ହରାଇ ପଳାଶପୁର ଦଳ ୨ୟ ଦଳ ଭାବେ ଫାଇନାଲ ମ୍ୟାଚ ଖେଳିବାର ଯୋଗ୍ୟତା ଅର୍ଜନ କରିଛି । ତେବେ ପ୍ରଥମ ମ୍ୟାଚରେ ଗଙ୍ଗପଡ଼ା ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୩୮ରନ କରିଥିଲେ । ଦଳ ପକ୍ଷରୁ ରଂଜନ ମଙ୍ଗରାଜ ୪୭ଟି ବଲରୁ ୬୦ରନ ଓ ଦିଲ୍ଲୀପ ମହାକୁଡ଼ ୨୧ଟି ବଲରୁ ୩୧ରନ କରିଥିଲେ । ସେହିପରି ସୁଆଁଗ ଦଳ ପକ୍ଷରୁ ବିକାଶ ସୁବୁଧି ୩ଟି ଓ ଅମିତ ବଡ଼ଜେନା ୨ଟି ଉଇକେଟ୍ ନେଇଥିଲେ । ଜବାବରେ ସୁଆଁଗ ଦଳ ୧୧ ଓଭରରେ ୨ଟି ଉଇକେଟ ହରାଇ ୧୪୩ରନ କରି ଏକପାଖିଆ ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଅଶୋକ ସାମନ୍ତରାୟ ୨୯ଟି ବଲରେ ୫୬ରନ ଓ ସୂର୍ଯ୍ୟକାନ୍ତ ବଡ଼ଜେନା ୨୨ଟି ବଲରୁ ୪୨ରନ୍ କରିଥିବା ବେଳେ ଗଙ୍ଗପଡ଼ା ଦଳର ରଶ୍ମୀଜେନା ଓ ଦୀପକ ପ୍ରଦାନ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

ସେହିପରି ୨ୟ ମ୍ୟାଚରେ ପଳାଶପୁର ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ୧୫ ଓଭରରେ ୫ ଉଇକେଟ ହରାଇ ୧୭୮ରନ କରିଥିଲେ । ଦଳ ପକ୍ଷରୁ ବିଶ୍ୱରଂଜନ ସାହୁ ୩୮ଟି ବଲରୁ ବିସ୍ଫୋରକ ୧୦୦ରନ୍ ଓ ସୋମନାଥ ସାହୁ ୨୨ଟି ବଲରୁ ୩୩ରନ କରିଥିଲେ । ବାଲିଆପଡ଼ା ଦଳ ପକ୍ଷରୁ ପ୍ରୀତମ ଜେନା ଓ ବିବେକ ପାତ୍ର ୨ଟି ଲେଖାଁଏ ଉଇକେଟ ନେଇଥିଲେ । ଜବାବରେ ବାଲିଆପଡ଼ା ଦଳ ୧୫ ଓଭରରେ ସମସ୍ତ ୪ଟି ହରାଇ ୧୭୬ରନ କରିଥିଲେ । ଶେଷ ଓଭରରେ ବାଲିଆପଡ଼ା ଦଳକୁ ଜିତିବାକୁ ୧୦ରନ ଦରକାର ଥିବା ବେଳେ, ଦଳ ୭ରନ କରି ପରାଜୟ ବରଣ କରିଥିଲା । ବାଲିଆପଡ଼ା ଦଳ ପକ୍ଷରୁ ପ୍ରୀତମ ଜେନା ୩୪ଟି ବଲରୁ ୭୯ରନ ଓ ଏବି ଦୀପକ ୨୩ଟି ବଲରୁ ୩୮ରନ କରିଥିଲେ । ପଳାଶପୁର ଦଳ ପକ୍ଷରୁ ସୋମନାଥ ସାହୁ ୨ଟି ଉଇକେଟ୍ ନେଇଥିଲେ । ପ୍ରଥମ ମ୍ୟାଚରେ ଅତିଥି ଭାବେ ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସଂପାଦକ ତଥା କେଉଁଝର ଜିଲ୍ଲା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଯୋଗଦେଇ ସୁଆଁଗ ଦଳର ବିକାଶ ସୁବୁଧିଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିବା ବେଳେ, ୨ୟ ମ୍ୟାଚରେ ପୂର୍ବତନ କ୍ରିକେଟର ତଥା ଯୁବମାନସର ପ୍ରତୀକ ସୁଧିର ସାହୁ ଅତିଥି ଭାବେ ଯୋଗଦେଇ ପଳାଶପୁର ଦଳର ବିଶ୍ୱରଂଜନ ସାହୁଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଆଜିର ମ୍ୟାଚକୁ ସାନୁଜ ବିଶ୍ୱାଳ, ଅଶିତ୍ ଶତପଥି ଓ ଅଶିତ ପରିଡ଼ା ପରିଚାଳନା କରିଥିଲେ । ଆସନ୍ତାକାଲି ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ହେବାକୁ ଥିବା ବେଳେ ରବିବାର ଦିନ ଟୁର୍ନାମେଂଟର ଫାଇନାଲ ମ୍ୟାଚ ପଳାଶପୁର ଓ ସୁଆଁଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

2 − 1 =