Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓ ସି ଏ ଆନ୍ତଃ ଜିଲ୍ଲା ମହିଳା କ୍ରିକେଟ ସୁନ୍ଦରଗଡ ଜିଲ୍ଲା ମହିଳା ଦଳ ବିଜୟୀ।

ଖୋର୍ଦ୍ଧା:LR NEWS ୨୮/୦୪/୨୫: ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲ୍ଲା ସିନିୟର୍ ମହିଳା ଟି -୨୦ କ୍ରିକେଟ ପ୍ରତିଯୋଗିତା ର ଖୋର୍ଦ୍ଧା ଜୋନ୍ ମ୍ୟାଚ୍ ଆଜି ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜିର ମ୍ୟାଚ୍ ରେ ସୁନ୍ଦରଗଡ ଜିଲ୍ଲା ମହିଳା ଦଳ ଦେଓଗଡ ଜିଲ୍ଲା ମହିଳା ଦଳ କୁ ୨୩୫ ରନରେ ପରାସ୍ତ କରି ବିଜୟୀ ହୋଇଛି।
ସୁନ୍ଦରଗଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର ରେ ୨ ୱିକେଟ୍ ହରାଇ ୨୮୩ ରନ୍ କରିଥିଲା। ଦଳ ପକ୍ଷରୁ ଦିବ୍ୟା ରାଉତରାୟ ୧୦୩ ରନ୍ ଓ ଇଷିତା ପାଣି ୮୮ ରନ୍ କରିଥିଲେ। ପତ୍ୟୁତରରେ ଦେଓଗଡ ଦଳ ୨୦ ଓଭର ରେ ୮ ଟି ୱିକେଟ୍ ହରାଇ ମାତ୍ର ୪୮ ରନ୍ କରି ୨୩୫ ରନ୍ ରେ ପରାସ୍ତ ହୋଇଥିଲେ। ସୁନ୍ଦରଗଡ ଦଳ ପକ୍ଷରୁ ସୁପ୍ରିୟା ମିଶ୍ର ୪ ଓଭର ରୁ ୨ ଓଭର ମେଡେନ୍ ସହ ୨ ରନ୍ ବ୍ୟୟ କରି ୨ ଟି ୱିକେଟ ନେଇ ଭଲ ବୋଲିଙ୍ଗ କରିଥଲେ।
କ୍ରିକେଟ୍ ଆସୋସିଏସନ୍ ଅଫ୍ ଦି ଦିଷ୍ଟ୍ରିକ୍ଟ ଖୋର୍ଦ୍ଧାର ସମ୍ପାଦକ ତଥା ଓ ସି ଏ ର କୋଷାଧକ୍ଷ ବିକାଶ ପ୍ରଧାନ,ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ, ସୁଧୀର ସାହୁ,ବ୍ରିଜେଶ ପ୍ରଧାନ, କାଜଲ ବଳିଆରସିଂ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ବିରଞ୍ଚି ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳ ସଂଯୋଜନା କରିଥିବା ବେଳେ ଅମ୍ପାୟର ରୂପେ ତେଜନ ଦୁର୍ଗା, ଅଭିନାଶ ନାୟକ ଓ ସ୍କୋରର ଭାବେ ସତ୍ୟନାରାୟଣ ପରିଡ଼ା କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.

6 + 1 =