Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍‌, ସେମିରେ ସୁଆର୍ଙ୍ଗ ଓ ପଳାଶପୁର।


ଖୋର୍ଦ୍ଧାLR NEWS-୧୫/୦୨/୨୩)ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ମେଣ୍ଢାଶାଳ ଦଳକୁ ୫୬ରନରେ ହରାଇ ସୁଆଁଙ୍ଗ ଦଳ ବିଜୟ ହୋଇଥିବା ବେଳେ, ୨ୟ ମ୍ୟାଚରେ କଲ୍ୟାଣପୁର ଦଳକୁ ୪ଉଇକେଟରେ ହରାଇ ପଳାଶପୁର ଦଳ ବିଜୟ ହୋଇ ସେମିକୁ ପ୍ରବେଶ କରିଛି । ପ୍ରଥମେ ସୁଆଁଙ୍ଗ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୬ ଓଭରରେ ୪ ଉଇକେଟ ହରାଇ ୨୧୫ରନ କରିଥିଲେ । ଦଳ ପକ୍ଷରୁ ଜଗବନ୍ଧୁ ସାହୁ ୪୫ଟି ବଲରୁ ୧୦୫ରନ ଓ ଆଶୋକ ସାମନ୍ତରାୟ ୩୯ଟି ବଲରୁ ୬୩ରନ କରିଥିଲେ । ସେହିପରି ମେଣ୍ଢାଶାଳ ଦଳ ପକ୍ଷରୁ ସୌମ୍ୟରଂଜନ ସାମନ୍ତ ୨ଟି ଉଇକେଟ୍ ନେଇଥିଲେ । ଜବାବରେ ମେଣ୍ଢାଶାଳ ଦଳ ୧୬ ଓଭରରେ ୯ ଉଇକେଟ ହରାଇ ୧୫୯ରନ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ଜ୍ଞାନରଂଜନ ସାଶମଲ ୧୩ଟି ବଲରେ ୩୧ରନ କରିଥିବା ବେଳେ ସୁଆଁଙ୍ଗ ଦଳର ପ୍ରକାଶ ମହାପାତ୍ର ୪ଟି ଉଇକେଟ ନେଇଥିଲେ । ସେହିପରି ୨ୟ ମ୍ୟାଚରେ କଲ୍ୟାଣପୁର ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୭ ଉଇକେଟ ହରାଇ ୧୬୫ରନ କରିଥିଲେ ।

ଦଳ ପକ୍ଷରୁ କ୍ରିଷ୍ଣା ପଟ୍ଟନାୟକ ୨୬ଟି ବଲରୁ ୫୧ରନ କରିଥିଲେ । ପଳାଶପୁର ଦଳ ପକ୍ଷରୁ ସୋମନାଥ ପ୍ରଧାନ ଓ ବିଶ୍ୱରଂଜନ ସାହୁ ୨ଟି ଲେଖାଁଏ ଉଇକେଟ ନେଇଥିଲେ । ଜବାବରେ ପଳାଶପୁର ଦଳ ୧୪.୨ ଓଭରରେ ୬ଟି ଉଇକେଟ ହରଇ ଆବଶ୍ୟକ ୧୬୬ରନ କରି ବିଜୟ ଘୋଷିତ ହୋଇଥିଲେ । ଦଳ ପକ୍ଷରୁ ବିଶ୍ୱରଂଜନ ସାହୁ ୪୩ଟି ବଲରୁ ୧୦୯ରନ କରିଥିଲେ । କଲ୍ୟାଣପୁର ଦଳ ପକ୍ଷରୁ ପ୍ରାଣବନ୍ଧୁ ସାମନ୍ତରାୟ ଓ ଅନିଲ ମହାପାତ୍ର ୨ଟି ଲେଖାଁଏ ଉଇକେଟ ନେଇଥିଲ । ପ୍ରଥମ ମ୍ୟାଚରେ ସୁଆଁଙ୍ଗ ଦଳର ଶତକୀୟ ଇନିଂସ ଖେଳିଥିବା ଜଗବନ୍ଧୁ ସାହୁ ଓ ୨ୟ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିବା ପଳାଶପୁର ଦଳର ବିଶ୍ୱରଂଜନ ସାହୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଆଜିର ମ୍ୟାଚକୁ ଅଶିତ୍ ଶତପଥି, ପ୍ରଶାନ୍ତ ବେହେରା ଓ ଅଶିତ ପରିଡ଼ା ପରିଚାଳନା କରିଥିବା ବେଳେ, ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଖେଳ ସଂପାଦନା କରିଥିଲେ ।

Leave A Reply

Your email address will not be published.

five × one =