Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାହାଡ଼l ପଦର ହାଇସ୍କୁଲ ରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା, ଜଙ୍ଗଲରେ ନିଆଁ କିପରି ଲାଗିବ ନାହିଁ ଏକ ସଚେତନତା କାର୍ଯ୍ୟକ୍ରମ।

ଭଂଜନଗର ( LR NEWS ୧୪/୦୨/୨୩) ବାହାଡ଼l ପଦର ହାଇସ୍କୁଲ ରେ ଇକୋକ୍ଳବ ଏବଂ ସ୍କାଉଟ ଛାତ୍ରୀ, ଛାତ୍ର ଙ୍କ ସହିତ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା, ଜଙ୍ଗଲରେ ନିଆଁ କିପରି ଲାଗିବ ନାହିଁ ଏବଂ ଜଙ୍ଗଲ ସୁରକ୍ଷା ଓ ଆମ ପରିବେଶ ଆମରି ହାତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବାହାଡାପଡାର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥବା ବେଳେ ସୁଲପାଣି ଶତପଥି, ଅଵ୍ୟତାନିକ ବନ୍ୟ ପ୍ରାଣୀ ତତ୍ତ୍ୱବ ଧାରକ ମୁଖ୍ୟ ଅତିଥି ଭାବେ ସଚେତନତା ବାର୍ତ୍ତା ଦେଇ ଥିବା ବେଳେ ଅତିଥି ଭାବେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ସାମ୍ବାଦିକ ବାବୁଲା ପ୍ରଧାନ ଏବଂ ବିଶ୍ୱମ୍ବର ଜେନା ଉପସ୍ଥିତି ରହି ଥିଲେ l

ବନ ସୁରକ୍ଷା ଏବଂ ବନଗ୍ନି ପ୍ରଶମନ ବାବଦରେ ଆଲୋଚନା ହେବାପରେ ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l ସ୍କାଉଟ ଶିକ୍ଷକ ଏବଂ ସ୍କାଉଟ ଏବଂ ଇକୋ କ୍ଳବ ଛାତ୍ର, ଛାତ୍ରୀ ଗୀତ ନାଚ ମାଧ୍ୟମରେ ଆଲୋଚନାକୁ ଆଗକୁ ଆଗକୁ ନେବାରେ ସହଯୋଗ କରିଥୁବା ବେଳେ ଅଗାମି ଦିନରେ ସଚେତନ ବାର୍ତ୍ତା ପ୍ରେରଣ କରିବା ସାଥେ ସାଥେ ଚାରା ତୋପଣ କରିବା ଏବଂ ବିଦ୍ୟାଳୟ ପରିସରେ ଥିବା ବୃକ୍ଷ ଗୁଡିକର ଯତ୍ନ ନେବାକୁ ସ୍ଥିର କରିଛନ୍ତି l

Leave A Reply

Your email address will not be published.

17 − 15 =