ଆଜି ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ର ଆଇନଜୀବୀ ଶେଖ୍ ଜୁଲ୍ ଫିକର୍ ଅଲ୍ଲୀ ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।
ଖୋର୍ଦ୍ଧା (LR NEWS ୫/୯/୨୦) ଆଜି ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ର ପୂର୍ବତନ ସମ୍ପାଦକ ଓ ଉପସଭାପତି ଶେଖ୍ ଜୁଲ୍ ଫିକର୍ ଅଲ୍ଲୀ ଙ୍କ ଅକାଳ ବିୟୋଗରେ ଏକ ସ୍ମୃତି ସଭା ସଂଘର ଅଧ୍ୟକ୍ଷ ଶିଶିର ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଅଲ୍ଲୀ ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା। ସଂଘର ସଭ୍ୟ ମାନେ ଜୁଲୁ ବାବୁଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ସେ କିପରି ନିର୍ଭୀକ ଭାବରେ କର୍ମ କରୁଥିଲେ କହିବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ।
ସଂଘର ସମ୍ପାଦକ ହର୍ଷ ପଟନାୟକ ଓ କୋଷାଧ୍ୟକ୍ଷ ମନ୍ମଥ ମିଶ୍ର ଙ୍କୁ ତାଙ୍କ ପରିବାରକୁ ସଂଘର ପାଣ୍ଠିରୁ କିପରି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା। ସଂଘର ବରିଷ୍ଠ ସଭ୍ୟ ରଜନୀ କାନ୍ତ ପଟନାୟକ, ନୃସିଂହ ନାଥ ମିଶ୍ର ଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ। କରୋନା ମହାମାରୀ ର ଭୟାବହତା କୁ ଦୃଷ୍ଟି ରେ ରଖି ଓକିଲ ମନେ ସାତ ଦିନ ପାଇଁ କୋର୍ଟ କାର୍ଯ୍ୟ ରୁ ସମ୍ପୂର୍ଣ୍ଣ ବିରତ ରହିବାକୁ ନିଷ୍ପତି ନିଆଗଲା।