Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ତାସ ଖେଳ ରୁ ମହାଭାରତ , ଦୁଇ ପରିବାରର ୮ ଆହତ ୩ ଗୁରୁତର, ପୋଲିସ ର ତଦନ୍ତ ଆରମ୍ଭ।

ବ୍ରହ୍ମପୁର, ( ଟୁକୁନା ପ୍ରଧାନ, ୧୪.୦୯.୨୦୨୦) – : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ତାସ୍ ଖେଳ କୁ ନେଇ ରବିବାର ଦିନ ଦୁଇ ପରିବାର ମଧ୍ୟରେ ହାତାହାତି ହେବା ସହ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଏପରିକି ସାମାନ୍ୟ ତାସ୍ ଖେଳକୁ ନେଇ ଆରମ୍ଭ ହୋଇଥିବା ଝଗଡ଼ା ଖଣ୍ଡାର ଚୋଟରେ ରୁମାଗଡ଼ ଗାଁରେ ରକ୍ତ ରଞ୍ଜିତ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଘଟଣା ରୁ ପ୍ରକାଶ ଯେ ରୁମାଗଡ଼ ବଡ଼ ସାହିର ନିବାସୀ ପାଳ ଓ ମାଧବ ମଲ୍ଲିକ ଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ ଝଗଡା ଆରମ୍ଭ ହୋଇଥିବା ବେଳେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ ରେ ଉଭୟ ପରିବାରର ୮ ଜଣ ଆହତ ହୋଇଥିବା ଜଣାପଡିଛି । ଏପରିକି ଖଣ୍ଡା ଆକ୍ରମଣ ରେ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇଥିବାରୁ ସେମାନଙ୍କୁ ପ୍ରଥମେ ପୋଲସରା ଓ ପରେ ଅତି ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି । ଉକ୍ତ ଘଟଣା କୁ ନେଇ ପୋଲସରା ପୋଲିସ ରୁମାଗଡ଼ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ବ୍ୟକ୍ତିକୁ ଅଟକ ରଖି ପଚାରା ଉଚରା କରୁଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

8 + nine =