Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମହିଳା ସଙ୍ଘ ଚୋରା ମଦ ଜବତ କରି ଫୋପାଡ଼ିଲେ , ବେପାରିକୁ ତାଗିଦ କଲେ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ମଦ କାରବାର ବୃଦ୍ଧି ।

ଗଞ୍ଜାମ, (LR News, ୦୬.୦୪.୨୦୨୦) – : ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବ୍ୟାପିବାରେ ଲାଗିଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ପଟାପ୍ରାପ୍ତ ଛାପ।ପାଉଚି ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି।ପୋଲିସ ଓ ଅବକାରୀ ବିଭାଗର ଧର ପଗଡ଼ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ମହିଳା ସଂଘ ତରଫରୁ ମଧ୍ୟ ମଦ ଧରି ପୋଲିସରେ ଜିମା ଦେଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି।ଏହି ଭଳି ଘଟଣା ଘଟିଛି ଏହି ଫାଣ୍ଡି ଅନ୍ତର୍ଗତ ବଡ ଖଇରଖମା ପଂଚାୟତର ଗୁଞ୍ଜବଳା ଗ୍ରାମରେ।ଏହି ଗ୍ରାମରେ ଚୋରା ମଦ ବିକ୍ରୀ ହେଉଥିବା ଫଳରେ ଆଖ ପାଖ ଗ୍ରାମରୁ ଅନେକ ଲୋକ ଆସି ଏଠାରେ ମଦ ପିଅନ୍ତି। କରୋନ।ପାଇଁ ଆଂଶିକ ସଟ ଡାଉନ ଥିବା ବେଳେ ମଦ ପାଇଁ ଜନ ଗହଳି ହେଉଥିବାରୁ ଏହି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗାଁ ମୁହଁରେ ଥିବା ଏକ ଦୋକାନ ରେ ଥିବା ମଦକୁ ଜବତ କରି ଫୋପାଡ଼ି ଥିଲେ ଏବଂ ଭବିଷ୍ୟତରେ ପୁଣି ମଦ ବିକ୍ରି କଲେ ବେପାରୀକୁ ପୋଲିସିରେ ଦେବା ପାଇଁ ତାଗିଦ୍ କରିଛନ୍ତି । ଏଥିସହିତ କୁମ୍ଭାରଗାଁ ପଞ୍ଚାୟତ ର ତାଳଗାଁ ରେ ମଧ୍ଯ ମଦ ଜବତ ହୋଇଥିବା ର ଖବର ମିଳିଛି । ଏହାସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଏବଂ ଫାଣ୍ଡି ଅଞ୍ଚଳରେ ମଧ୍ଯ ବ୍ୟାପକ ଚୋରା ଦେଶୀ, ଏବଂ ପଟାପ୍ରାପ୍ତ ବିଦେଶୀ ଓ ଦେଶୀ ମଦ କାରବାର ଚାଲିଛି । ପୋଲିସ ଓ ଅବକାରୀ ବିଭାଗର ବାରମ୍ବାର ଧରପଗଡ ସତ୍ତ୍ୱେ କିଭଳି ଭାବରେ ଏବଂ କାହା ଇସାରାରେ ଏହି କାରବାର ଚାଲିଛି ସାଧାରଣ ରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ ବେଗୁନିଆପଡ଼ା ଫାଣ୍ଡି, କୋଦଳା ଥାନା ଅଞ୍ଚଳରେ ମଧ୍ୟ ବ୍ୟାପକ ମଦ କାରବାର ଚଢା ଦରରେ ଚାଲିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟିଦେବା ସହ କଡା ପଦକ୍ଷେପ ନେବା ପାଇଁ କିଛି ସଚେତନ ଜନସାଧାରଣ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.

twelve − 9 =