Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ମୁକାବିଲା ପାଇଁ କଳିଙ୍ଗ ବୈଶ୍ୟ ମହାସଂଘ ର ସହାୟତା।

ଗଞ୍ଜାମ, (LR News, ୦୬.୦୪.୨୦୨୦ ) – : କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛାରେ ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି ।ସେହିଭଳି ଆଜି କଳିଙ୍ଗ ବୈଶ୍ୟ ମହାସଂଘ,ଓଡ଼ିଶା (କୁମୁଟି କୂଳ) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଆନ୍ଧ୍ର ବ୍ୟାଙ୍କ୍ ମାଧ୍ୟମରେ ଏନ୍ ଇ ଏଫ୍ ଟି (NEFT) ଯୋଗେ ପ୍ରଦାନ କରିଛନ୍ତି । ଏହି ମହାନ କାର୍ଯ୍ୟ ପାଇଁ ବହୁ ବୁଦ୍ଧିଜୀବି, ସଚେତନ ନାଗରିକ, ରାଜନୈତିକ ନେତୃବୃନ୍ଦ ଏବଂ ସାମାଜିକ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନେ କଳିଙ୍ଗ ବୈଶ୍ୟ ମହାସଂଘ ର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନଙ୍କୁ ଧନ୍ୟବାଦ ପ୍ରଦାନ ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

8 − two =