ଖୋର୍ଦ୍ଧା (LR NEWS ତା-୧୪/୩/୨୦) ଖୋର୍ଦ୍ଧା ବଡ଼ ପୋଖରିଆ ଜୋନ ବି. ଜେ.ପି ମଣ୍ଡଳ ପୂର୍ବତନ ସଭାପତି ମଙ୍ଗୁଜେନାଙ୍କର ହତ୍ୟାକାଣ୍ଡର ଏକ ବର୍ଷ ବିତିବାକୁ ବସିଥିବା ବେଳେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏହାର ସତ୍ୟା ସତ୍ୟ ଉନ୍ମଚନ୍ କରିବା ବିଫଳ ହୋଇଛନ୍ତି।
ପ୍ରକୃତ ହତ୍ୟାକାରୀ ପ୍ରଭାବଶାଳୀ ଓ ବିତ୍ତ ଶାଳୀ ହୋଇଥିବାରୁ ସବୁ ଜାଣି ଶୁଣି ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ହତବାନ୍ଧି ବସିଛି ବୋଲି ଅଭିଯୋଗ କରି ମଙ୍ଗୁଳି ଙ୍କ ବିଧବା ପତ୍ନୀ ଜ୍ୟୋତ୍ସ୍ନା ରାଣୀ ଜେନା ଏବଂ ଅନ୍ୟାନ୍ୟ ପରିବାର ସ୍ଵଜନ୍ ବୃନ୍ଦ ଗତ ତ ୧୧/୩/୨୦ରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟ ସମୟରେ ମଙ୍ଗୁଳି ଜେନାଙ୍କ ମକଦ୍ଦମା ସି.ବି.ଆଇ କୁ ହସ୍ତାନ୍ତର ତଥା ପ୍ରକୁତ ଆସାମିର ତୁରନ୍ତ ଗିରଫ ଦାବି କରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି।