Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରାଯାଇଛି ।

ଅବକାରୀ ଚଢ଼ାଉ, ଚାରି ଗିରଫ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୩.୦୩ ୨୦୨୦) – : ଗଂଜାମଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରେ ଅବକାରୀ ଚଢ଼ାଉ ଜୋରଦାର କରାଯାଇଛି । ଗତକାଲି ଖଲ୍ଲିକୋଟ ଅବକାରୀ ଅଧିକାରୀ ,ଉମାକାନ୍ତ ସ୍ୱାଇଁ ,ଅବକାରୀ ନୀରିକ୍ଷୀକା,ଛତ୍ରପୁର ଦିପ୍ତିମୟୀ ସାହୁ ଓ ଷ୍ଟାଫ ଙ୍କ ଦ୍ୱାରା ଖଲ୍ଲିକୋଟ ,ହୂମା ଓ ରମ୍ଭାର ବିଭିନ୍ନ ଅଂଚଳରେ ଚଢ଼ାଉ କରି ଚାରିଗୋଟି ମାମଲା ୠଜୁ କରି ଚାରି ଜଣ ଙ୍କୁ ଗିରଫ କରିଛନ୍ତି । ରମ୍ଭା ର ମନୋଜ ନାହାକ , ଖଲ୍ଲିକୋଟ ଗୁଣ୍ଠୁରୁ ର ଅଶୋକ ସିଂ ଙ୍କ ଠାରୁ ୨.୭ ଲିଟର ବିଦେଶୀ ମଦ ୫.୫ ଲିଟର ଵିଅର ଓ ୪.୫ ଲିଟର ବେଆଇନୀ ଦେଶୀ ମଦ ଜବତ କରାଯାଇଛି। ସେହିପର ଅନ୍ୟ ଏକ ମାମଲାରେ ଗଂଜେଇ ଚାଲାଣ ସମୟରେ ପାଟପୁର ଥାନା ଅନ୍ତର୍ଗତଃ କନସମାରି ଗ୍ରାମର ଜି. ସୂର୍ଯ୍ୟ ନାରୟଣ ଦୋରା ଙ୍କଠାରୁ ୧୨.୪ କିଲୋ ଗଞ୍ଜାଇ ଜବତ କରି କୋର୍ଟ ରେ ହାଜର କରାଯାଇଛି ।

Leave A Reply

Your email address will not be published.

5 × five =