Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ପୋଲିସ୍ କ୍ରିକେଟ୍ ଦଳରେ ଖୋର୍ଦ୍ଧାର ଅସିତ୍ କୁମାର ଦାସ ।


ଖୋର୍ଦ୍ଧା LR NEWS- ତା:୦୫/୦୨/୨୫ ରିଖ : ନିଜର କର୍ମ ଦକ୍ଷତା ପାଇଁ ରାଜ୍ୟ ପୋଲିସ ଟିମ୍ କୁ ମନୋନୀତ ହେଲେ ଖୋରଧା ର ପୋଲିସ୍ କନେଷ୍ଟବଳ ଅସିତ୍ କୁମାର ଦାସ । ଖୋର୍ଦ୍ଧା ଉପର ସାହି ର ପ୍ରତାପ କୁମାର ଓ ମମତା ଦାସ ଙ୍କ ଏକମାତ୍ର ପୁତ୍ର ଅସିତ୍ । ପିଲାଟି ଦିନରୁ ଖେଳ ପ୍ରତି ତାଙ୍କର ଥିଲା ରୁଚି । ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ଖେଳରେ ବିଭିନ୍ନ ଦଳ ରେ ସାମିଲ ହେଉଥିଲେ ସେ ।

ତାଙ୍କର ଚେଷ୍ଟା, ନିଷ୍ଠା , କର୍ମ ଦକ୍ଷତା ତାଙ୍କୁ ନେଲା ଗ୍ରାମାଞ୍ଚଳ ରୁ ରାଜ୍ୟ ସ୍ତରକୁ ..ପାଇଲେ ସଫଳତା। ଅସିତ୍ ଏସ୍ ଓ ଜି ଟ୍ରେନିଂ ପରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ପି ଏସ ଓ ଭାବେ କାର୍ଯ୍ୟ କରିଥିଲେ।ଆସାମ ଜୋନାଲ ସ୍ତରୀୟ କ୍ରିକେଟ୍ ଚାମ୍ପିଅନ ସିପ୍ ରେ ଭାଗ ନେଇଛି ଓଡ଼ିଶା ପୋଲିସ ଦଳ । ଗୌହାଟୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ମଣିପୁର ପୋଲିସ ଟିମ କୁ ହରାଇ ଓଡ଼ିଶା ପୋଲିସ ଦଳ ବିଜୟୀ ହୋଇଛି । ଅସିତ୍ ଙ୍କ ପାଇଁ ଖୋର୍ଦ୍ଧା ପୋଲିସ ଓ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ପରିଲକ୍ଷିତ ହୋଇଛି। ଅସିତ୍ ଜଣେ ଭଲ ବ୍ୟାଟର ଓ ୱିକେଟ୍ ରକ୍ଷକ ଭାବେ ଖୁବ୍ ଜଣାଶୁଣା।

Leave A Reply

Your email address will not be published.

8 + 4 =