ଖୋର୍ଦ୍ଧା:୦୩/୦୨/୨୫: ଓଡ଼ିଶା କ୍ରିକେଟ ଆସୋସିଏସନ୍ ର କାର୍ଯ୍ୟକ୍ରମ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରା କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମରେ କ୍ରିକେଟ ଆସୋସିଏସନ୍ ଅଫ ଦି ଦିଷ୍ଟ୍ରୀକ୍ଟ ଅନୁକୁଲ୍ୟ ରେ ଦ୍ୱାଦଶ ଦିବସ ଖେଳରେ ଖୋର୍ଦ୍ଧା କ୍ରିକେଟ କ୍ଲବ୍ ଇଗଲ କ୍ରିକେଟ କ୍ଲବ୍ କୁ ୯ ୱିକେଟରେ ପରାସ୍ତ କରିଛି। ଟସ୍ ରେ ବିଜୟ ହୋଇ ଇଗଲ ଦଳ ପ୍ରଥମେ ବ୍ୟାଟିଂ କରି ୩୨ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୩ ରନ କରିଥିଲେ।ଦଳ ପକ୍ଷରୁ ତିର୍ଥଙ୍କର ସାହୁ ୩୭ ରନ୍ ଓ ଆଦିତ୍ୟ ରେ ୨୮ ରନ୍ କରିଥିଲେ।ଅଭିଜିତ ମହାନ୍ତି ୫ ଟି ୱିକେଟ ନେଇଥିଲେ।ଜବାବରେ ଖୋର୍ଦ୍ଧା ଦଳ ୧୫.୧ ଓଭର ରେ ଗୋଟିଏ ୱିକେଟ୍ ହରାଇ ଆବଶ୍ୟକ ୧୩୪ ରନ୍ କରିଥିଲେ। ଖୋର୍ଦ୍ଧା ପକ୍ଷରୁ ପ୍ରତ୍ୟୁଷ ମହାନ୍ତି ଅପରାଜିତା ୫୫ ରନ୍ ଓ ଧରଣୀଧର ସ୍ୱାଇଁ ଅପରାଜିତ ବୁ ୫୧ ରନ ସଂଗ୍ରହ କରିଥିଲେ।ଖେଳକୁ ପ୍ରିତିରଞ୍ଜନ ବିଜୟଶିଂ ଓ ଚନ୍ଦ୍ର ମୋହନ ବରାଳ ପରିଚାଳନା କରିଥିବା ବେଳେ ସ୍କୋରର ରୂପେ ଜିତେନ୍ଦ୍ର ସେନାପତି ଦାୟିତ୍ୱ ରେ ଥିଲେ। ସୌମେନ୍ଦ୍ର ମହାନ୍ତି ମ୍ୟାଚ୍ ରେଫରି ଏବଂ ଦେବ ପ୍ରସାଦ ସାମନ୍ତରାୟ ଏହି ମ୍ୟାଚ୍ ର ସଂଯୋଜକ ରୂପେ କାର୍ଯ୍ୟ କରିଥିଲେ।୦୪/୦୨/୨୫ ରେ ବ୍ଲୁ ବାର୍ଡ କ୍ରିକେଟ କ୍ଲବ୍ ବନାମ ରାଇଜିଂଷ୍ଟାର କ୍ରିକେଟ କ୍ଲବ୍ ମଧ୍ୟରେ ମ୍ୟାଚ୍ ହେବ ବୋଲି ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ଜଣାଇଛନ୍ତି।