Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଧାକୃଷ୍ଣ ମେମୋରିଆଲ ଫୁଟବଲ ଗୋଲଡ଼େନ କ୍ଲବ ଅରୁଗୁଳକୁ ୧-୦ରେ ହରାଇ କଳିଙ୍ଗ ସ୍ପୋଟିଂ ଭୁବନେଶ୍ୱର ବିଜୟୀ।


ଖୋର୍ଦ୍ଧାLR NEWS୧୯/୦୨/୨୩-ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମଲ୍ଲିପୁର ପଂଚାୟତର ନିଆଳ ଗ୍ରାମରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ରାଧାକୃଷ୍ଣ ମେମୋରିଆଲ କପ୍ ଫୁଟବଲ ଟୁର୍ନାମେଂଟ୍ । ଆଜିର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଏକ ନମ୍ବର ଜୋନର ଜିଲ୍ଳା ପରିଷଦ ସଦସ୍ୟ ପ୍ରଫୁଲ ଦଳେଇ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ନାମେଂଟକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେରଙ୍କର ପୂର୍ବତନ ସରପଂଚ ମୁନିରୁଦ୍ଦିନ ଖାନ, ବରସାହିର ସରପଂଚ ଶରତଚନ୍ଦ୍ର ବେହେରା, ସାମ୍ବାଦିକ ବଳରାମ ଲେଙ୍କା, ସୂର୍ଯ୍ୟ ନାରାୟଣ ମହାନ୍ତି, ଗଡ଼ହଳଦିଆ ପୂର୍ବତନ ସରପଂଚ ସୋଭନ ସାହୁ ପ୍ରମ୍ମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କ ସହ କରମର୍ଦନ କରିଥିଲେ । ଟୁର୍ନାମେଂଟରେ ସମୁଦାୟ ୮ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ, ଫାଇନାଲ ମ୍ୟାଚ ୨୬ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଆୟୋଜକ ମୁକ୍ତେଶ୍ୱର କ୍ଲବର ବରିଷ୍ଠ ସଭାପତି ବିଜୟ କୁମାର ଦାସ କହିଛନ୍ତି । ଆଜିର ମ୍ୟାଚ ଅରଗୁଳର ଗୋଲଡ଼େନ କ୍ଲବ ଓ ଭୁବନେଶ୍ୱରର କଳିଙ୍ଗ ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ କରିନଥିବା ବେଳେ, ଦ୍ୱିତୀୟାର୍ଦ୍ଧା ଖେଳ ୨ ମିନିଟ୍ ଥିବା ବେଳେ କଳିଙ୍ଗ ସ୍ପୋଟିଂ ଦଳର ଚନ୍ଦନ ନାୟକ ଗୋଟିଏ ଗୋଲ କରି ଦଳକୁ ବିଜୟୀ କରାଇଥିଲେ ।

ଆଜିର ମ୍ୟାଚକୁ ରବି ନାରାୟଣ ରଣା ପରିଚାଳନା କରିଥିବା ବେଳେ, ଲାଇନ୍ସମ୍ୟାନ ଭାବେ ମନୋରଂଜନ ଖୁଂଟିଆ ଓ ଅଶୋକ କୁମାର ବେହେରା ସହାୟତା କରିଥିଲେ । ଶେଷରେ ଗ୍ରାମ କମିଟି ସଭାପତି ରାଧେଶ୍ୟାମ ବ୍ରହ୍ମା ଓ ରାଜ୍ୟସ୍ତରୀୟ ପୂର୍ବତନ ଫୁଟବଲ ତାରକା ଯୋଗେଶ୍ୱର ସାହୁ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳାଳୀ କଳିଙ୍ଗ ସ୍ପୋଟିଂ ଦଳର ଚନ୍ଦନ ନାୟକଙ୍କୁ ପୁରସ୍କୃତ କରିଥିଲେ । ଆସନ୍ତାକାଲିର ମ୍ୟାଚ ନୀଳଚକ୍ର ସ୍ପୋଟିଂ ପୁରୀ ଓ ଅହମଦିଆ ସ୍ପୋଟିଂ କେରଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

five + 19 =