Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଟୁର୍ନାମେଂଟ୍ ଉଦଯାପିତ. ସୁଆଁଙ୍ଗ ଚମ୍ପିୟାନ।

ଖୋର୍ଦ୍ଧାLR NEWS(-୧୯/୨/୨୩) ଖୋରଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଳାଶପୁର ଦଳକୁ ୩୮ରନରେ ହରାଇ ଭୁବନେଶ୍ୱରର ସୁଆଁଗ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଶେକ ସିଂସାମନ୍ତ, ବରିଷ୍ଠ ସାମ୍ବାଦିକ ବଳରାମ ଲେଙ୍କା, ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମ୍ମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିଲେ ।

ଆଜି ପ୍ରଥମେ ପଳାଶପୁର ଦଳ ଟସରେ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ସୁଆଁଗ ଦଳ ବ୍ୟାଟିଂ ଆରମ୍ଭ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୨ରନ କରିଥିଲେ । ଦଳ ପକ୍ଷରୁ ଅନିଲ ବଡ଼ଜେନା ୨୦ଟି ବଲରୁ ୪୦ରନ ଓ ସୂର୍ଯ୍ୟକାନ୍ତ ବଡ଼ଜେନା ୨୦ଟି ବଲରୁ ୩୪ରନ କରିଥିଲେ । ସେହିପରି ପଳାଶପୁର ଦଳ ପକ୍ଷରୁ ବିଶ୍ୱରଂଜନ ସାହୁ ୩ଟି ଉଇକେଟ୍ ନେଇଥିଲେ । ଜବାବରେ ପଳାଶପୁର ଦଳ ୨୦ ଓଭରରେ ୭ଟି ଉଇକେଟ ହରାଇ ୧୪୪ରନ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ସୁଆଁଗ ଦଳ ମ୍ୟାଚଟିକୁ ୩୮ରନରେ ଜିତି ଚମ୍ପିୟାନ ହୋଇଥିଲା । ପଳାଶପୁର ଦଳ ପକ୍ଷରୁ ସୋମନାଥ ସାହୁ ୩୯ଟି ବଲରେ ୫୧ରନ ଓ ରାଜେଶ ମହାରଣା ୨୩ଟି ବଲରୁ ୨୬ରନ୍ କରିଥିବା ବେଳେ ସୁଆଁଗ ଦଳର ପ୍ରକାଶ ମାର୍ଥା ୩ଟି ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳୀ ଭାବେ ସୁଆଁଗ ଦଳର ସୂର୍ଯ୍ୟକାନ୍ତ ବଡ଼ଜେନା, ଟୁର୍ନାମେଂଟର ଶ୍ରେଷ୍ଠ ଖେଳାଳୀ ପଳାଶପୁର ଦଳର ବିଶ୍ୱରଂଜନ ସାହୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଗତକାଲି ହୋଇଥିବା ପ୍ରଦର୍ଶନୀ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ମନୋଜ କୁମାର ସାହୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚକୁ ପ୍ରଶାନ୍ତ ବେହେରା, ଅଶିତ୍ ଶତପଥି ଓ ଅଶିତ ପରିଡ଼ା ପରିଚାଳନା କରିଥିବା ବେଳେ, କ୍ରୀଡ଼ା ସଂଗଠକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଭାଷ୍ୟକାର ଓ ମଂଚ ପରିଚାଳନା ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

11 + nine =