Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ, ଚୋରା ଦେଶୀ ମଦ ବେପାରୀ ଗିରଫ ।

ଗଞ୍ଜାମ , (LR NEWSଟୁକୁନା ପ୍ରଧାନ , ୦୨.୦୭.୨୦୨୦) – : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ ବିଭାଗ ଦ୍ୱାରା ଧରା ପଡ଼ି ଗିରଫ ହେଲେ ମଧ୍ୟ ଏମାନେ ସୁଧୁରିବାର ନାଁ ନେଉନାହାନ୍ତି । ଲକ ଡ଼ାଉନ ସମୟରେ ବିଦେଶୀ ମଦର ଦାମ ଅହେତୁକ ବୃଦ୍ଧି ପାଇଥିବାସ୍ଥଳେ ଦେଶୀ ମଦକୁ ଏହାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ଚୋରା ବେପାରୀ । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଘଟିକା ସମୟରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍ଆଇ ମନୋଜ ବାରିକ ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ବଜାର ନିକଟରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ।ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଉକ୍ତ ଚଢାଉ ରେ ବାଲୁଗାଁ ଅବକାରୀ ବିଭାଗ ଏଏସଆଇ ରଜନୀ ମିଶ୍ର, କନଷ୍ଟେବଳ ରତ୍ନାକର ଜାଲୀ, ପ୍ରିୟବ୍ରତ ପରିଡ଼ା ଏବଂ ପୁରୁଷୋତ୍ତମ ସାମନ୍ତରାୟ ସାମିଲ ଥିଲେ। ସୂଚନା ଥାଉ କି ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରକୁ ନେଇ ଶତାଧିକ ଅଭିଯୋଗ ହୋଇଆସୁଛି କିନ୍ତୁ ସେପରି ଆଖି ଦୃଷ୍ଟିଆ ସଫଳତା ମିଳିପାରୁନାହିଁ ପୋଲିସ ଏବଂ ଅବକାରୀ ବିଭାଗକୁ । ବର୍ତ୍ତମାନ ଗାଁ ଗାଁ ରେ ଚୋରା ଦେଶୀ ମଦ ବେପାର ଦିନକୁଦିନ କମିବା ବଦଳରେ ବଢୁଛି ଯାହା ପୋଲିସ, ଅବକାରୀ ବିଭାଗ ସହ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସରକାରଙ୍କ ଦ୍ୱାରା ଉଭୟ ବିଭାଗରେ ଅଧିକ ଅଧିକାରୀ ନିଯୁକ୍ତି ଦେବା ସହ ଗାଁ ଗାଁ ରେ ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହେ।ଇଛି ।

Leave A Reply

Your email address will not be published.

sixteen − seven =