ଗଞ୍ଜାମ, (LR News, ଟୁକୁନା ପ୍ରଧାନ , ୨୬.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ବିଜେଡ଼ି ସୁପ୍ରିମୋ ତାଙ୍କ ଉପରେ ଭରସା ରଖିଥିବାରୁ ଦଳ ର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ତାହା ନିଷ୍ଠାର ର ସହ ତୁଲେଇବି ବୋଲି ସୂଚନା ଦେଇଛନ୍ତି। ପ୍ରଥମେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଏବଂ ଏବେ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ କର୍ମୀଙ୍କ ମହଲ ରେ ଉତ୍ସାହ ଦେଖାଦେଇଛି।