Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଏସପିଙ୍କ କଡ଼ା ଅଭିମୁଖ୍ୟ : ଲକ୍‍ଡାଉନ୍‍ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ।

ଖୋର୍ଦ୍ଧା (LR NEWS ୨୩/୩/୨୦) କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲକ୍‍ଡାଉନ୍‍ ବା କଟକଣା ଘୋଷଣା କରାଯାଇଛି । କଟକଣା ଘୋଷିତ ଅଞ୍ଚଳରେ ବନ୍ଦକୁ କଡ଼ାକଡ଼ି ଲାଗୁ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କଟକଣା ଉଲଂଘନକାରୀଙ୍କ ବିରୁଦ୍ଧରେ ଆଇନ ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଖୋର୍ଦ୍ଧା ର କେତେକ ଅଞ୍ଚଳରେ ଲୋକମାନେ ଲକ୍‍ଡାଉନ୍‍କୁ ଗୁରୁତର ସହ ଗ୍ରହଣ କରୁ ନ ଥିବା ଏସପି କହିଛନ୍ତି। ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ କଡାକଡି ଭାବେ କଟକଣାକୁ ପାଳନ କରିବାକୁ ସେ  ଲୋକଙ୍କୁ ଆହ୍ବାନ କରିଛନ୍ତି।

Leave A Reply

Your email address will not be published.

5 × three =