ଭଞ୍ଜନଗର, LR NEWS ତା ୨୭/୪/୨୩ । ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କଳିଆମ୍ବା ସଂରକ୍ଷିତ ଜଙ୍ଗଲରୁ ଗତ କାଲି ସନ୍ଧ୍ୟାରେ ଏକ ଟ୍ରକ ଢଉରା କାଠ ପୁରୀ ଶ୍ରୀକ୍ଷେତ୍ର ରଥ ନିର୍ମାଣ ନିମନ୍ତେ ପୁରୀ ଅଭିମୂଖେ ଯାତ୍ରା କରିଛି । ଏହି 2ୟ ପର୍ଯ୍ୟାୟରେ ପ୍ରାୟ 10 ଗଣ୍ଡି ଫାସି କାଠ ପଠାଗଲା ।ସ୍ଥାନୀୟ ଉତ୍ତର ବନଖଣ୍ଡ କାର୍ଯ୍ୟାଳୟଠାରେ ଭକ୍ତିର ସହ ପୂଜାର୍ଚ୍ଚନା କରାଯାଇ ଟ୍ରକକୁ ବିଦାୟ ଦିଆଯାଇଛି ।ଏଥିରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା, ସହ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟନ।ୟକ ,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମାର ବେହେରା,ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଅନୁପମ ବାନାର୍ଜୀ, ସମାଜସେବୀ ଶ୍ରୀ ଶୁଳ ପାଣି ଶତପଥୀ, ସେକ୍ସନ ଅଫିସର ଶ୍ରୀ ଅଶୋକ ସାହୁ,କର୍ମଚାରୀ ଶ୍ରୀ ଶ୍ରୀନିବାସ ମିଶ୍ର, ରାକେଶ ସ୍ୱାଇଁ,ଶ୍ରୀମତୀ ଅପର୍ଣ୍ଣା ପଟ୍ଟନାୟକ,ଶ୍ରୀ ପ୍ରଦୀପ କୁମାର ରାଉତ,ଶ୍ରୀ ତ୍ରିଲୋଚନ ସାହୁ,ଶ୍ରୀ ଭାସ୍କର ସ୍ୱାଇଁ,,ଶ୍ରୀ ବନପାଳ ଶ୍ରୀ ଶରତ ମହାନ୍ତି,ଶ୍ରୀ ସୋମନାଥ ସାହୁ, ବନରଖି ସଞ୍ଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାଠ ଲଦା ଗାଡିକୁ ସ୍ୱାଗତ ଅଭ୍ୟର୍ଥନା ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।ସହରର ବୁଦ୍ଧିଜୀବୀ ଗୋଷ୍ଠୀ ସମେତ ତହସିଲ ଓ ବିଂଜ୍ଞାପିତ ଅଂଚଳ କର୍ମକର୍ତା ଏଥିରେ ଯୋଗ ଦେଇଥିଲେ ।
ପୁରୁଷ ମାନେ ହରିବୋଲ ଦେଇ ଘଣ୍ଟବାଦଡେଇ ଥିଲାବେଳେ ମହିଳା ମାନେ ହୁଳହୁଳି ଦେଇ ଥିଲେ ।ପ୍ରକାଶ ଥାଉକି ଗତ ଦିନ ତଳେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ 20 ଗଣ୍ଡି ଢଉରା କାଠ ମୁଜାଗଡ଼ ଅଂଚଳରୁ ପଠା ଯାଇଥିଲା। ପୁଣି ତା 22.4.23 ରିଖରେ ଘୁମୁସର ଦକ୍ଷିଣ ବନଖଣ୍ଡ ବୁଗୁଡା ବନାଞ୍ଚଳରୁ ମଧ୍ୟବି 12 ଗଣ୍ଡି ଫାସୀ କାଠ ସ୍ଥାନୀୟ କୃଷକ ମାନେ ନିଜ ବଣ ବଗିଚାରୁ ସଂଗ୍ରହ ଓ ଚୟନ ପୂର୍ବକ ପଠାଇ ଥିଲେ ।ପୁରୀ ପ୍ରଶାସନ ତରଫରୁ ଏକ କାଷ୍ଠ ଚୟନ ଦଳ ଏଥିପାଇଁ ନିୟୋଜିତ ଅଛନ୍ତି । ପୂର୍ବରୁ ପାରମ୍ପରିକ ଭାବେ ନୟାଗଡ଼ ଦଶପଲ୍ଲା ଜଙ୍ଗଲରୁ ଏହା ଯୋଗାଣ ହେଉଥିଲା,କିନ୍ତୁ ସେ ଅଞ୍ଚଳରେ ଆଉ ଉପଯୁକ୍ତ କାଠ ନଥିବାରୁ ଏହି ପ୍ରଥା ଭଙ୍ଗ ପୂର୍ବକ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରୁ ଏବେ କାଠ ଯାଉଛି । ବିଶେଷ କରି ପ୍ରାଚୀନ ଘୁମୁସର ଜଙ୍ଗଲରୁ ଏବେ ଏହା ଉପଲବ୍ଧ ହେଉ ଥିବାରୁ ଏ ସୁଯୋଗ ଘୁମୁସର ବାସୀ ପାଇଛନ୍ତି ଓ ନିଜକୁ କୃତ୍ୟ କୃତ୍ୟ ମଣୁଛନ୍ତି ।