Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜୟୀ ରାଜଗୁରୁ ଟାଉନ ହଲ୍ ରେ ଚାଲିଥିବା ସପ୍ତ ଦିବସୀୟ ଧାରାବାହିକ ଦାର୍ଶନିକ ପ୍ରବଚନ କାର୍ଯକ୍ରମ ର ଦ୍ବିତୀୟ ସନ୍ଧ୍ୟା।

ଖୋର୍ଦ୍ଧା ( LR NEWS ୩୦/୪/୨୩) – ଜୟୀ ରାଜଗୁରୁ ଟାଉନ ହଲ୍ ରେ ଚାଲିଥିବା ସପ୍ତ ଦିବସୀୟ ଧାରାବାହିକ ଦାର୍ଶନିକ ପ୍ରବଚନ କାର୍ଯକ୍ରମ ର ଦ୍ବିତୀୟ ସନ୍ଧ୍ୟା ରେ ପୂଜନୀୟା ରାସେଶ୍ଵରୀ ଦେବୀଜୀ ସଭା ହଲ୍ ରେ ଉପସ୍ଥିତ ଶ୍ରୋତା ମାନଙ୍କ ଉଦ୍ଦେଶ୍ୟ ରେ ଆଜି ପୁଣି ମନୁଷ୍ୟ ଜୀବନ ଅଥବା ମନୁଷ୍ୟ ଜନ୍ମ ର ଶ୍ରେଷ୍ଠତା ଉପରେ ଗୁରୁତ୍ବାରୋପଣ କରି ଥିଲେ। ଗତ କାଲି ର ସେହି ଶୀର୍ଷକ ର ଧାରା ବାହିକତା ରେ ପୂଜନୀୟା ଦେବୀଜୀ କହିଥିଲେ ଯେ “ଯଦିବା ମନୁଷ୍ୟ ଜୀବନ ବାକି ଜୀବ ଜନ୍ତୁ ଙ୍କ ତୁଳନା ରେ ଶ୍ରେଷ୍ଠ , ଏହି ଶରୀରର ଏକ ଦୁର୍ବଳତା ହେଉଛି ଯେ ଏହା କ୍ଷଣ ଭଙ୍ଗୁର। ସେଥିପାଇଁ ଖୁବ ଶୀଘ୍ର ଆମେ ନିଜ ଜୀବନ କୁ ଭଗବତ ମାର୍ଗ ରେ ଆଗେଇ ନେବାକୁ ହେବ।“ ଋଷି ଭର୍ତୃହରି ଙ୍କର ଏକ ଶ୍ଳୋକ କୁ ବ୍ୟାଖ୍ୟା କରି ଦେବୀ ଜୀ କହିଲେ ଯେ “ମନୁଷ୍ୟ ଭୋଜନ, ନିଦ୍ରା ଭୟ ଏବଂ ମୈଥୁନ ଏହି ଚାରିଗୋଟି ଜିନିଷ ରେ ପଶୁ, ପକ୍ଷୀ ମାନେ ମନୁଷ୍ୟ ଠାରୁ ବେଶି ଶୃଙ୍ଖଳିତ , ଅଧିକ ସଂଯମୀ। ସେଥିପାଇଁ ଜୀବନର କ୍ଷଣ ଭଙ୍ଗୁରତା କୁ ବିଚାର କରି ଆମେ ସତର୍କତା ମୂଳକ ଭାବେ ଜୀବନ ଅତିବାହିତ କରି ଭଗବତ ପ୍ରାପ୍ତି ର ଲକ୍ଷ ରେ ଅଗ୍ରସର ହେବା ଉଚିତ। “ ଦେବୀ ଜୀ କହି ଥିଲେ ଯେ ମନୁଷ୍ୟ କିଶୋରାବସ୍ଥା ରୁ ହିଁ ଭଗବତ ଜ୍ଞାନ ଏବଂ ପରମାର୍ଥ ପାଇଁ ଚେଷ୍ଟା କରିବା ଉଚିତ।

ଆଜି ହଲ୍ ରେ ଉପସ୍ଥିତ ଶ୍ରୋତା ମାନଙ୍କୁ ପୂଜନୀୟା ଦେବୀ ଜୀ ସବୁ ପ୍ରକାର ର ଶାସ୍ତ୍ର ପ୍ରମାଣ ଦେଇ ସୃଷ୍ଟି ର ରହସ୍ୟ ଉପରେ ଆଲୋକପାତ କରି ଥିଲେ। ବ୍ରହ୍ମ ଅର୍ଥାତ ଭଗବାନ ବହୁ ବିରୋଧୀ ଗୁଣ ର ଅଧିକାରୀ ହୋଇ ଥାନ୍ତି। ସେଥିପାଇଁ ଭଗବାନ ଙ୍କୁ ନିଜର ବୁଦ୍ଧି ବଳ ପ୍ରୟୋଗ କରି ବୁଝିବା ବ ଜାଣିବା ଅସମ୍ଭବ ଅଟେ। ଉଦାହରଣ ସ୍ବରୂପ ଭଗବାନ ଅଣୁକାୟ ଏବଂ ବିରାଟକାୟ , ଭଗବାନ ନିରାକାର ଏବଂ ସାକାର ଇତ୍ୟାଦି। ଏତେମାତ୍ରା ଏହିଭଳି ପରସ୍ପର ବିରୋଧୀ ଗୁଣ ଥିବା ଯୋଗୁଁ ତଥା କଥିତ ବୁଦ୍ଧିଜୀବୀ ମାନେ ବହୁ ସମୟ ରେ ଭଗବାନ ଙ୍କର ଅସ୍ତିତ୍ଵ ଉପରେ ପ୍ରଶ୍ନ ଉଠାଇଥାନ୍ତି । ସେଥିପାଇଁ ଆମେ ସାଧୁ-ମହାପୁରୁଷ ମାନଙ୍କ ଠାରୁ ବେଦ ଶାସ୍ତ୍ର ର ପ୍ରକୃତ ମହିମା କୁ ବୁଝିବା ଉଚିତ, ଅନ୍ୟଥା ନିଜ ବୁଦ୍ଧି ଅନୁସାରେ ବୁଝିବାକୁ ଚେଷ୍ଟା କଲେ ଆମେ ସବୁବେଳେ ଭଗବାନ ବ ତାଙ୍କର ଅସ୍ତିତ୍ଵ କୁ ନେଇ ସନ୍ଦେହ କରୁଥିବୁ।

ଆଜି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ରେ ହଲ୍ ସମ୍ପୂର୍ଣ ରୂପେ ଭର୍ତି ହୋଇ ଯାଇଥିଲା। ଏହି କାର୍ଯକ୍ରମ ରେ ସୁଦୂର ଭୁବନେଶ୍ବର ଏବଂ ଜଟଣୀ ରୁ ବି ବହୁ ଶ୍ରଦ୍ଧାଳୁ ଏହି ଭଗବତ ମୟ ସନ୍ଧ୍ୟା ରେ ଉପସ୍ଥିତ ରହି ପୂଜ୍ୟା ଦେବୀ ଜୀ ଙ୍କର ବାଣୀ ଶ୍ରବଣ କରି ଥିଲେ। । ସେଥିପାଇଁ ଆୟୋଜକ ଙ୍କ ଦ୍ବାରା ହଲ୍ ର ବାହାର ପ୍ରାଙ୍ଗଣ ରେ LED ସ୍କ୍ରିନ୍ ଏବଂ ଚେୟାର ର ବ୍ୟବସ୍ଥା କରା ଯାଇଥିଲା

Leave A Reply

Your email address will not be published.

eight + 3 =