Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆ ରେ ଅଖୀ ମୁଠି ଅନୁକୂଳ।

ଖୋର୍ଦ୍ଧା:(LR NEWS ୨୩/୦୪/୨୩) ଆଜି ପବିତ୍ର ଅଖି ତୃତୀୟା ଅବସରରେ ବେଗୁନିଆ ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ନିକଟରେ ଅଖୀମୁଠି ଅନୁକୂଳ କରାଯାଇଥିଲା।ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଅଖୀମୁଠି ଅନୁକୂଳ କରିଥିଲେ। ବେଗୁନିଆ ବ୍ଲକ ଆତ୍ମା ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ବ୍ଲକ ର ସବୁ ପଞ୍ଚାୟତ ର ବହୁ କୃଷମାନଙ୍କର ସମାଗମ ହୋଇଥିଲା।ଏହାପରେ ସକାଳ ୧୦ ଘଟିକା ସମୟରେ ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ କୃଷକ ମାନଙ୍କୁ କୃଷି ପ୍ରଣାଳୀ ଓ ଅଧିକ ଉତ୍ପାଦନ ପାଇଁ କୃଷି ବିଭାଗ ପକ୍ଷରୁ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଆତ୍ମା ର ଅଧକ୍ଷ ଦୀପ୍ତି ରଞ୍ଜନ ସାହୁ , ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ,ବିଧାୟକ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା, ବି ଟି ଏମ ପିଙ୍କି କୁମାରୀ ,ସବୁ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଆତ୍ମା ର ସବୁ ସଭ୍ୟ ସଭ୍ୟା ଓ କୃଷି ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆଖି ମୁଠି ବେଳେ ବରଷା ହେବାରୁ ଏବର୍ଷ ଭଲ ଫସଲ ହେବ ବୋଲି ଆତ୍ମା ର ଅଧକ୍ଷ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.

15 − seven =