Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବୁଗୁଡା ବନାଞ୍ଚଳରୁ ଶ୍ରୀ କ୍ଷେତ୍ରକୁ ଗଲା ରଥକାଠ।

   ଗଞ୍ଜାମ ( LR NEWS ୨୩/୦୪/୨୩)  ବୁଗୁଡ଼ା-ଗତକାଲି ବୁଗୁଡା ବନାଞ୍ଚଳ ସହଯୋଗରେ  ୪ଟି ଗ୍ରାମ ଯଥା ଆଦିପୁର,ଖରିଡା,ପଙ୍କଳ ସାହି ଓ ବୁଗୁଡାରୁ ପ୍ରାୟ ୧୦ ଜଣ ବ୍ୟକ୍ତିଙ୍କ ନିଜ ଜଙ୍ଗଲରୁ ସ୍ବେଛାକୃତ ଭାବେ ପ୍ରାୟ ୧୨ ଗୋଟି କସି କାଠ ଗଣ୍ଡି ସଂଗୃହିତ ହୋଇ ଶ୍ରୀ କ୍ଷେତ୍ର ପୁରୀ ରଥ ଖଳାକୁ ପ୍ରେରଣ କରାଯାଇଛି । ଏ ବର୍ଷର ରଥ ନିର୍ମାଣରେ ଏହା ଲାଗିବ। ପ୍ରଥମ ଥର ପାଇଁ ଏହା ଏହି ଅଂଚଳରୁ ଯାଉ ଥିବାରୁ ଏ ଅଂଚଳରେ   ଦାରୁ ଦେବତା ଶ୍ରୀ ଜଗନ୍ନାଥଙ୍କ ଭକ୍ତି ଭାବନା ପୁନଃ ଜାଗରିତ ହୋଇଛି । ଘୁମୁସୁର ଦକ୍ଷିଣ ବନଖଣ୍ଡର ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ନଡ଼ିଆ ଭାଙ୍ଗିରଥକାଠ ଲଦା ଗାଡିକୁ  ବନ ବିଭାଗ ତରଫରୁ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା ପୁର୍ବକ ଯାତ୍ରାରମ୍ଭ କରାଇ ଥିଲେ  ।  ବୁଗୁଡା ବ୍ଲକ ଅଧ୍ୟକ୍ଷ। ଶ୍ରୀମତୀ କେ ପ୍ରିୟଦର୍ଶୀନି ଆଚାରି, ମାନ୍ୟବର ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କେ ତ୍ରିଲୋଚନ ଦୋରା,ଶ୍ରୀ ଶରତ କୁମାର ବେହେରା ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ପ୍ରଦୀପ କୁମାର ମିଶ୍ର,ବୁଗୁଡା ବନାଞ୍ଚଳ ଅଧିକାରୀ ବିଭାଗୀୟ ପରମିଟ ପ୍ରଦାନ କରିଥିଲେ । ଏଥିରେ ଭଞ୍ଜନଗର ବନଖଣ୍ଡ କାର୍ଯ୍ୟାଳୟର ସେକ୍ସନ ଅଫିସର ଶ୍ରୀ ଅଶୋକ ସାହୁ ଓ ଖଣ୍ଡିୟ  ବନ ପରିଚାଳନା  ଆକାଉଣ୍ଟ।ଣ୍ଟ ଶ୍ରୀ ମୃତୁଞ୍ଜୟ ପାଳ, ଅନ୍ୟାନ୍ୟ ବନପାଳ ,ବନରଖି ମାନେ ସମବେତ ହୋଇ ଏହି ପୁଣ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ । ବୁଗୁଡା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।
        

  ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରେ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରୁ ଅନୁରୂପ ଭାବେ ଏକ ଟ୍ରକ ଲୋଡ଼ ଫାସୀ କାଠ ଗଣ୍ଡି ପ୍ରେରଣ କରାଯାଇଥିଲା । ଘୁମୁସର ଦକ୍ଷିଣ ବନଖଣ୍ଡ ସୋରଡ଼। ବନାଞ୍ଚଳରୁ ଆଗାମୀ ସପ୍ତାହରେ ବି ୪୧ ଖଣ୍ଡ କାଠଗଣ୍ଡି ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି ।

Leave A Reply

Your email address will not be published.

9 + 4 =