Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଖୋର୍ଦ୍ଧା ସ୍ଥାନୀୟ ଜାନକୀବଲ୍ଲଭ ପଟ୍ଟନାୟକ ପାର୍କ ଠାରେ ଜାନକୀବଲ୍ଲଭ ସ୍ମୃତି ସଂସଦ ଟ୍ରଷ୍ଟ ତରଫରୁ ଅତି ଆଡମ୍ବର ସହିତ ପାଳନ ହୋଇଅଛି।

ଖୋର୍ଦ୍ଧା LR NEWS ( ୨୧/୦୩/୨୩) ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ରାଜ୍ୟପାଳ ତଥା ଆମ ବେଗୁନିଆର ପୂର୍ବତନ ବିଧାୟକ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଖୋର୍ଦ୍ଧା ସ୍ଥାନୀୟ ଜାନକୀବଲ୍ଲଭ ପଟ୍ଟନାୟକ ପାର୍କ ଠାରେ ଜାନକୀବଲ୍ଲଭ ସ୍ମୃତି ସଂସଦ ଟ୍ରଷ୍ଟ ତରଫରୁ ଅତି ଆଡମ୍ବର ସହିତ ପାଳନ ହୋଇଅଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମେଜର କ୍ଷୀରୋଦ ମହାନ୍ତି, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ,ପ୍ରକୃତି ବନ୍ଧୁ ଦିଲ୍ଲୀପ ଶ୍ରୀଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ସ୍ଥାନୀୟ ବିଧାୟକ ଜୋତିନ୍ଦ୍ରନାଥ ମିତ୍ର, ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସି°ହ, ଉପାଧ୍ୟକ୍ଷା ପ୍ରକାଶ ସାମନ୍ତରାୟ ଆଦି ଉପସ୍ଥିତ ରହି ସ୍ମୃତି ଚାରଣା କରି ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ତନ୍ମଧ୍ୟରୁ ଲକ୍ଷ୍ମୀକାନ୍ତ ପାଲିତ, ସୁବାଷ ଦାସ୍, ସଂଗୀତ ନିର୍ଦ୍ଦେଶକ ପ୍ରେମାନଦ ,ନାଜିଆ ଆଲାମ, ଦୀପ୍ତିରେକ୍ଷା ପାଢ଼ୀ ଅନେକ ବହୁତ କଣ୍ଠଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜାନକୀବଲ୍ଲଭ ସ୍ମୃତି ସଂସଦ ଟ୍ରଷ୍ଟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.

3 × 5 =