ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଖୋର୍ଦ୍ଧା LR NEWS ( ୨୧/୦୩/୨୩) ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ ଅମଲା ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ଦରମା ସମୀକରଣ କରାଯାଇ Level-4 ରୁ Level-9 କୁ ଉନ୍ନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଅଛି । ଦୀର୍ଘଦିନ ହେବ ବିଭିନ୍ନଅମଲା ସଂଘ ବିଭିନ୍ନ ତାରିକାରେ ସରକାରଙ୍କ ଅବଗତି ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ସରକାରଙ୍କର
ନୀରବତା ସମସ୍ତ ଜିଲ୍ଲା ସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଅଛି ।
ରାଜ୍ୟ ପ୍ରଶାସନର ମୌଳିକ ସେବା ପ୍ରଦାନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ ହୋଇଥିଲେ ମଧ୍ୟ ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲା ମାନଙ୍କୁ ରାଜରାସ୍ତାକୁ ଓଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଥିଲେ । ଜନ ସାଧାରଣଙ୍କ ସେବାରେ ଅହରହ ନିଯୁକ୍ତ ଏହିବର୍ଗର କର୍ମଚାରୀ ମାନେ ସରକାରୀ ଅବହେଳାର ଚରମ ଶିକାର ହେବାରୁ ଏହାକୁ ବିରୋଧ କରି ରାଜ୍ୟ ସ୍ତରରେ ଏକଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସମସ୍ତ ଅମଲା ମାନଙ୍କୁ ନେଇ ଗଠନ କରାଯାଇ ଅଛି । ଏଥିରେ ଓଡିଶା ଅମଲାସଂଘ, ଓଡିଶା ରାଜସ୍ବ ଅମଲା ସଂଘ ନିଷ୍ଫଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ, ପ୍ରଭୃତିବିଭିନ୍ନ ସଂଘ ଏକତ୍ରିତ ହୋଇ ଅମଲା ମାନଙ୍କ ନ୍ୟାଯ୍ୟ ଦାବୀ ହାସଲ କରିବା ନିମନ୍ତେ ସରକାରଙ୍କ ଉପରେ ଚାପସୃଷ୍ଟି କରିବା ପାଇଁ ମିଳିତ ମଞ୍ଚ ଗଠନ କରାଯାଇଅଛି ।
ରାଜ୍ୟ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିର୍ଦେଶ କ୍ରମେ ଆଜି ଏକ ଶୋଭାଯାତ୍ରାରେ ଯାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚରମ ପତ୍ର ପ୍ରଦାନ କରିଥିଲେ।ଏଥିରେ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ଵ ଅମଲା ସଂଘ, ନିଷ୍ଫଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଏହି ଶୋଭା ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ।
ଖୋର୍ଦ୍ଧା ମିଳିତ ଅମଲା ମଞ୍ଚର ଅଧକ୍ଷ ଶ୍ରୀ ଅଶୋକ କୁମାର ପଣ୍ଡା, ଆବାହକ ଶ୍ରୀ ସନ୍ତୋଷ କୁମାର ନିଶଙ୍କ ଉପସ୍ଥିତ ରହି ସମବେତ ଅମଲା ମାନଙ୍କୁ ସମ୍ବୋଧ କରିଥିଲେ । ଏହି ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲାର ସମସ୍ତବରିଷ୍ଠ କର୍ମଚାରୀ ନେତା ସେମାନକର ସାରଗର୍ଭକ ଭାଷଣ ମାଧ୍ୟମରେ ସରକାର ଯଦି କନିଷ୍ଠ ସହାୟକ ମାନଙ୍କରଦରମା Level-9 କୁ ଉନ୍ନୀତ କରିବା ପାଇଁ ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଶାନ୍ତିପ୍ରିୟ ଅମଲା ରାଜରାସ୍ତାକୁଓଲ୍ଲାଇବାକୁ ବାଧ୍ୟ ହେବ ଏବେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥ୍ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ । ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯାଇ ସରକାରଙ୍କର ଶାସନ କଳକୁ ସମ୍ପୂର୍ଣ ଭାବରେ ବନ୍ଦ କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।