Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ବନ ସେବାଧିକାରୀ ଶ୍ରୀ ଦିଲ୍ଳୀପ କୁମାର ରାଉତଙ୍କୁ ସେବା ନିବୃତ୍ତ ବିପୁଳ ସମ୍ବର୍ଦ୍ଧନା।

ଭଞ୍ଜନଗର,LR NEWS ତା-୩୧.୩.୨୦୨୩(ଶୁକ୍ରବାର) ଆଜି ଭଞ୍ଜନଗର ଘୁମୁସର ଦକ୍ଷିଣ ବନ ଖଣ୍ଡ ,କାର୍ଯ୍ୟାଳୟ ତରଫରୁ ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ତଥା ଭଞ୍ଜନଗର ବନ ନିଗମର ମୁଖ୍ୟ ପରିଚାଳକ ଶ୍ରୀ ଯୁକ୍ତ ଦିଲ୍ଳୀପ କୁମାର ରାଉତଙ୍କୁ ଅବସର କାଳୀନ ବିପୁଳ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଅପରାହ୍ନରେ ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ ତାଙ୍କୁ କର୍ମଚାରୀ ତଥା ଅଧିକାରୀ ମାନେ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜନ ପୂର୍ବକ ତାଙ୍କ ସୀମିତ ରହଣି କାଳର ସ୍ମୃତି ଅନୁଭୁତି ବଖାଣି ଥିଲେ । ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ବିଦାୟୀ ବ୍ୟକ୍ତିତ୍ୱ ତାଙ୍କ ଦୀକ୍ଷାନ୍ତ ଭାଷଣ ରଖି ଘୁମୁସର ଜଙ୍ଗଲର ଗୁରୁତ୍ୱ ଓ ଗରିମା ଅଭିଜ୍ଞତା ଅନୁଭୁତି ବଖାଣି ଥିଲେ ଓ ବନଅଗ୍ନି ନିୟନ୍ତ୍ରଣ, ବନ ଓ ପରିବେଶ ସୁରକ୍ଷା, କୃଷ୍ଣସାର ମୃଗ ଓ ହାତୀ ସୁରକ୍ଷା ତଥା ବନ୍ୟ ପଶୁ ପକ୍ଷୀ ସଫଳ ପରିଚାଳନା,ଉତ୍କୃଷ୍ଟ ନର୍ସରୀ ଚାରା ଉତ୍ପାଦନ, ଔଷଧୀୟ ବୃକ୍ଷ ଓ ପୁଷ୍ପ-ଉଦ୍ୟାନ ସୃଷ୍ଟି,ବ୍ୟାପକ ବନୀକରଣ ଓ ପ୍ରଚୁର କେଶ ଧୃତ,ପାନୀୟ ଜଳ ଯୋଗାଣ ଓ ପୁଷ୍କରିଣୀ ଖନନ,ପୁନରୁଦ୍ଧ।ର ଏବଂ ବନ ସୁରକ୍ଷା ସମିତି ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ବନ,ପରିବେଶ ସୁରକ୍ଷା, ସଚେତନତା ସୃଷ୍ଟି କରିଥିବା ସକ୍ରିୟ ବନ କର୍ମଚାରୀ, ଅଫିସ କର୍ମଚାରୀ ଏବଂ ସକ୍ରିୟ ପାର।ସ୍କ୍ୱାର୍ଡ ବନ କର୍ମୀ ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।

ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱ।ବଧାରକ ତଥା ବିଶିଷ୍ଟ ସ୍ବେଚ୍ଛାସେବୀ ବନ ପ୍ରେମୀ ଶ୍ରୀ ଶୁଳପାଣି ଶତପଥୀଙ୍କୁ ଉପାୟନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା,ତାର ପ୍ରତ୍ୟୁତ୍ତରରେ ଶ୍ରୀ ରାଉତ ଜଣେ ଲୋକପ୍ରିୟ ବନ ପ୍ରଶାସକ ବୋଲି କହିଥିଲେ ଏବଂ ସ୍ଥାନୀୟ ଜନ ସାଧାରଣ ତଥା ପୂର୍ବତନ ବନ ପରିବେଶ ବିଭାଗ ମନ୍ତ୍ରୀ ଓ ମାନନୀୟ ବାଚସ୍ପତି ମହୋଦୟ ଶ୍ରୀ ରାଉତଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରୀତ ବୋଲି କହିଥିଲେ। ବୁଗୁଡା ରେଞ୍ଜର ପୂର୍ବତନ ବନାଞ୍ଚଳ ଅଧିକାରୀ ଶ୍ରୀ ଫକୀର ଚରଣ ବେହେରାଙ୍କୁ ବୁଦ୍ଧ ଖୋଲ ଇକୋ ପାର୍କ ଆଦ୍ୟ ନିର୍ମାଣ କାରୀ ହିସାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।ସେଇ ବୁଦ୍ଧଖୋଲ ଐତିହ୍ୟ ସମ୍ପନ୍ନ ପ୍ରକୃତି ଉଦ୍ୟାନ ପର୍ଯ୍ୟଟନ ପାର୍କକୁ ସର୍ବାଙ୍ଗ ସୁନ୍ଦର ତଥା କଳା ଭାସ୍କର୍ଯ୍ୟ ମୟ କରିବା ପାଇଁ ନକ୍ସା ପ୍ରସ୍ତୁତ କରିଥିବା ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।ଅବସରପ୍ରାପ୍ତ ବନ ଅଧିକାରୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଅନୁପମ ବାନାର୍ଜୀ ବିଦାୟୀ ଅଧିକାରୀ ଙ୍କୁ ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସେ ଜଣେ ସରଳ,ଉଦାର ସ୍ନେହୀ ମଣିଷ ବୋଲି କହିଥିଲେ ।

ଅବସରପ୍ରାପ୍ତ ଓଡ଼ିଶା ବନସେବା ଅଧିକାରୀ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ରଥ ଶ୍ରୀ ରାଉତଙ୍କୁ ଜଣେ ଉତ୍ତମ ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ ।କାର୍ଯ୍ୟାଳୟର ମୁଖ୍ୟ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ମନ୍ତ୍ରପାଠ,କବିତା ପାଠ,ପ୍ରଶଂସା ପତ୍ର ପାଠ ପୂର୍ବକ ସମଗ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଶ୍ରୀ ରାଉତ ଦକ୍ଷିଣ ବନଖଣ୍ଡ ଇତିହାସରେ ରେକର୍ଡ ସଂଖ୍ୟକ ସଫଳତା କାର୍ଯ୍ୟ କରିଛନ୍ତି ଓ ଏହି ଶାନ୍ତ, ସରଳ ହୃଦୟବାନ,ନିଷ୍କପଟ ନିଃସ୍ୱାର୍ଥପର,ନିରହଙ୍କାରୀ ମଣିଷଙ୍କୁ ଏଇ ଗଂଜାମ ଓ ଘୁମୁସର ତାଙ୍କୁ ଚିରକାଳ ମନେରଖିବ ବୋଲି କହିଥିଲେ । ଘୁମୁସର ଦକ୍ଷିଣ ବନଖଣ୍ଡର ପୁର୍ବ ଗୌରବ ଓ ମଯ୍ୟାଦା ବଜାୟ ରଖିପାରିଛନ୍ତି ବୋଲି ପୂର୍ବତନ ସହ ବନ ଅଧିକାରୀ ତଥା ବ୍ରହ୍ମପୁର ବନ ନିଗମ ମୁଖ୍ୟ ପରିଚାଳକ ନିଜ ବକ୍ତବ୍ୟରେ କହିଲେ ଯେ, ଓଡିଶା ସରକାରଙ୍କ 5T କୁ ଗୁରୁତ୍ୱ ଦେଉଥିବା ଶ୍ରୀ ରାଉତ ଥିଲେ ଜଣେ ନିଷ୍ଠାପର ଅଧିକାରୀ ଓ ତାଙ୍କ ଠାରୁ ସେ ସଦା ସର୍ବଦା ବଳିଷ୍ଠ ପ୍ରେରଣା ଓ ସକାରାତ୍ମକ ମାର୍ଗ ଦର୍ଶନ ପାଇଛନ୍ତି । ଆସିକା, ବୁଗୁଡା,ସୋରଡା, ବଡଗଡ଼ ,ପୋଲସରା ବନାଞ୍ଚଳ ଅଧିକାରୀ ତଥା ବିଭିନ୍ନ ବନପାଳ,ବନରଖି,ଓ ସମସ୍ତ କାର୍ଯ୍ୟାଳୟ କର୍ମକର୍ତା ବୃନ୍ଦ ଏହି ବିଦାୟ ସମ୍ବର୍ଦ୍ଧନା ସମାରୋହରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବିଳମ୍ବିତ ସନ୍ଧ୍ୟାରେ ଦ୍ଵିତୀୟ ପର୍ଯ୍ୟାୟ ସଭା ଅନୁଷ୍ଠିତ ହୋଇ ଥିଲା । ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ବିଦାୟୀ ରାଉତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ ଓ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ରାଉତ ଉଭୟ ଭଞ୍ଜନଗର ବନ ନିଗମର ମୁଖ୍ୟ ଓ ଦକ୍ଷିଣ ବନଖଣ୍ଡର ମୁଖ୍ୟ ଅଧିକାରୀ ଥିବାରୁ ତାଙ୍କ ବ୍ୟସ୍ତ ବହୁଳ କର୍ମଧାରାକୁ ଭୁୟସୀ ପ୍ରଶଂସା କରିଥିଲେ । ଘୁମୁସର ଉତ୍ତର ବନ ଖଣ୍ଡ ସହକାରୀ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ ଶ୍ରୀ ରାଉତଙ୍କ ଉଲ୍ଲେଖ ନୀୟ କାର୍ଯ୍ୟକଳାପକୁ ସ୍ମୃତିଚାରଣ କରିଥିଲେ ।  କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ଜଗନ୍ନାଥଙ୍କ ମଙ୍ଗଳାଚରଣ ଗାନ ପୂର୍ବକ ଦାଶକାଠି ପରିବେଷଣ ମାଧ୍ୟମରେ ଶ୍ରୀ ରାଉତଙ୍କ ଦ୍ୱାରା  କରାଯାଇଥିବା ସଫଳ ବନ ସେବା,ବନଅଗ୍ନି ନିୟନ୍ତ୍ରଣ,ମୃଗ ଗଣନା,ହାତୀ ସୁରକ୍ଷା,ଅନୁନ୍ନତ ଗ୍ରାମକୁ ପାନୀୟ ଜଳଯୋଗାଣ,ମାଗଣା ରୋଗୀ ସେବା ଇତ୍ୟାଦି କୀର୍ତି  ସମ୍ପର୍କରେ ମହିମା ଗାନ କରିଥିଲେ । ଶ୍ରୀ ରାଉତ  ଉଛ୍ୱସିତ ସମ୍ବର୍ଦ୍ଧନାର ଉତ୍ତର ରଖି ଘୁମୁସର ବନବିଭାଗ,ବନ ନିଗମ,ପ୍ରଶାସନ ଓ ଘୁମୁସର ବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦେଇ ସେମାନଙ୍କ ଆନ୍ତରିକ ସହଯୋଗ ଭୁଲିବାର ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ ।ଶେଷରେ ଜାଇକା କର୍ମଚାରୀ ଶ୍ରୀ ଶୋଭନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।ଶ୍ରୀ ଶୁଭକାନ୍ତ ମିଶ୍ର,ଶ୍ରୀ ଦୁର୍ଗମାଧବ ସାହୁ ପ୍ରମୂଖ ସହଯୋଗ କରିଥିଲେ ।ସମସ୍ତ ବନାଞ୍ଚଳ ଅଧିକାରୀ ସର୍ବଶ୍ରୀ ସଚିନ କୁମାର ପ୍ରଧାନ(ପୋଲସରା),ଶ୍ରୀ ଲମ୍ବୋଦର  ବାସ୍କେ(ସୋରଡ଼।),ଶ୍ରୀ ପ୍ରଦୀପ କୁମାର ମିଶ୍ର(ବୁଗୁଡା),ଶ୍ରୀ ପ୍ରମୋଦ କୁମାର ପଣ୍ଡା(ଆସ୍କା),ଶ୍ରୀ ପ୍ରମୋଦ କୁମାର ଖଡ୍ଗରାୟ,(ବଡଗଡ଼) ଏହି କାର୍ଯ୍ୟକ୍ରମକୁ ମିଳିତ ଆୟୋଜନ କରିଥିଲେ ଓ ତାଙ୍କ ପ୍ରିୟ ବିଦାୟୀ ଅଧିକାରୀଙ୍କୁ ଘୁମୁସର କଳା କାରୀଗରଙ୍କ ନିର୍ମିତ  ବିଶ୍ୱ ପ୍ରସିଦ୍ଧ ପିତ୍ତଳ ମାଛ ଓ ଜଗନ୍ନାଥ ମୂର୍ତି ଇତ୍ୟାଦି ସ୍ମରଣୀୟ ଉପହାର ଦେଇଥିଲେ ।

Leave A Reply

Your email address will not be published.

four × five =