LR NEWS ଭୁବନେଶ୍ବର : ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ୯/୪/୨୩ ରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଓଡ଼ିଶାର ତିରିଶ ଗୋଟି ସଙ୍ଗଠନ ଜିଲ୍ଲାରୁ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚର ଜିଲ୍ଲା ପ୍ରତିନିଧି ମାନେ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତି କୁ ଦୂର କରିବାରେ ରାଜ୍ଯ ସରକାର ଙ୍କ ବୈମାତୃକ ମନୋଭାବ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା l ବେତନ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି କୁ ନେଇ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏଠାରେ ପ୍ରକାଶ କରା ଯାଇ ପାରେ ଯେ, ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ computor ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି l
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି l କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ଶୂନ୍ୟ ହୋଇଅଛି l ଏହାର ପ୍ରତିବାଦରେ ଆଜିର ବୈଠକରେ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ସମସ୍ତ ପ୍ରତିନିଧି ମାନେ ଆଉ ଆଲୋଚନା ନୂହେଁ, ଆନ୍ଦୋଳନାତ୍ମକ କାର୍ଯ୍ଯକ୍ରମ ଜରିଆରେ ଦାବି ହାସଲ କରିବାକୁ ହେବ ବହୁ ମତ ପ୍ରକାଶ ପାଇଥିଲା l ଆଜିର ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୧.୪.୨୦୨୩ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲା ଶାଖା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l