Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଭଞ୍ଜନଗର ବନନିଗମ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ତଥା ବରିଷ୍ଠ ଓଡ଼ିଶା ବନ ସେବାଧିକାରୀ ଶ୍ରୀ ଯୁକ୍ତ ଶଙ୍କର୍ଷଣ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ଗଞ୍ଜାମ LR NEWS ତା-୩୧.୩.୨୦୨୩(ଶୁକ୍ରବାର)ଓଡିଶା ବନ ନିଗମ ଭଞ୍ଜନଗର ଶାଖାର ମୁଖ୍ୟ ପରିଚାଳକ ପଦବୀରୁ ବରିଷ୍ଠ ଓଡ଼ିଶାବନ ସେବାଧିକାରୀ ଶ୍ରୀ ଯୁକ୍ତ ଦିଲ୍ଳୀପ କୁମାର ରାଉତଙ୍କୁ ସେବାନିବୃତ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଘୁମୁସର ଦକ୍ଷିଣ ବନଖଣ୍ଡରେ ସେ ଅବସ୍ଥାପିତ ହୋଇଥିଲେ ହେଁ ଏହି ବନ ନିଗମର ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ ଓ ବିଶେଷ କରି ରେକର୍ଡ ସଂଖ୍ୟକ ଜବତ ବନ କାଷ୍ଠ ସବୁକୁ ବନ ନିଗମକୁ ତୁରନ୍ତ ହସ୍ତାନ୍ତର କରି ସର୍ବାଧିକ ସରକାରୀ ରାଜସ୍ବ ସୃଷ୍ଟି କରିଛନ୍ତି ବୋଲି ତଥ୍ୟ ହସ୍ତଗତ ହୋଇଛି ।ଏହି ପରିପ୍ରେକ୍ଷୀରେ ସେ ଅବସର ନେଇଥିବାରୁ ବନ ନିଗମର ସମସ୍ତ କର୍ମଚାରୀ ଓ କର୍ମୀ ତାଙ୍କୁ ଉଛ୍ୱସିତ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ରାତ୍ରି ଭୋଜନରେ ଆପ୍ୟାୟିତ କରିଥିଲେ । ବ୍ରହ୍ମପୁର ବନ ନିଗମର ମୁଖ୍ୟ ପରିଚାଳକ ତଥା ବରିଷ୍ଠ ଓଡ଼ିଶା ବନ ସେବାଧିକାରୀ ଶ୍ରୀ ଯୁକ୍ତ ଶଙ୍କର୍ଷଣ ବେହେରା ଶ୍ରୀ ରାଉତଙ୍କ ଠାରୁ ଏହି ଅସ୍ଥାୟୀ କାର୍ଯ୍ୟଭାର ଗ୍ରହଣ କରି ତାଙ୍କୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ଭାଷଣ ଦେଇ ଶ୍ରୀ ରାଉତଙ୍କ କାର୍ଯ୍ୟଧାରା ଉପରେ ଗୁଣଗାନ କରିଥିଲେ ।ଘୁମୁସର ସହରରେ ବନ କାଷ୍ଠ ଯୋଗାଇ,ତଥା ଶ୍ରୀ କ୍ଷେତ୍ର ଶ୍ରୀ ଜଗନ୍ନାଥଙ୍କ ରଥକାଠ ଯୋଗାଇ ଶ୍ରୀ ରାଉତ ପ୍ରଭୁକୃପା ଲାଭ କରିଛନ୍ତି ବୋଲି ଶ୍ରୀ ଶଙ୍କର୍ଷଣ ବେହେରା ପ୍ରକାଶ କରିଥିଲେ ।ଅନୁରୂପ ଭାବେ ଘୁମୁସର ଉତ୍ତର ବନଖଣ୍ଡ ସହ ବନ ସଂରକ୍ଷକ ଶ୍ରୀ ଯୁକ୍ତ ବିକ୍ରମ ଦେବ ପଟନାୟକ ଶ୍ରୀ ରାଉତଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀକୁ ଭୁୟସୀ ପ୍ରଶଂସା କରିଥିଲେ ।

ଘୁମୁସର ଦକ୍ଷିଣ ବନ ବିଭାଗର ମୁଖ୍ୟ କର୍ମଚାରୀ
ଶ୍ରୀ ଅଶୋକ ସାହୁ ଘୁମୁସର ଐତିହାସିକ କ୍ଷେତ୍ରର ମାହାତ୍ମ୍ୟ ଓ ଗୌରବ ଗରିମାର ଗୁରୁତ୍ବକୁ ପରି ପ୍ରକାଶ କରି ତାଙ୍କ ପ୍ରିୟ ଅଧିକାରୀ ଶ୍ରୀ ରାଉତଙ୍କ ଅନାବିଳ ଶ୍ରଦ୍ଧା, ସ୍ନେହ ଓ ଆନ୍ତରିକ ଭଲପାଇବା ତଥା କର୍ମଚାରୀ ବତ୍ସଳତାକୁ ଆଲୋକପାତ କରିଥିଲେ ଓ ବନ ନିଗମର ଆୟୋଜକ ବନ୍ଧୁ ମାନଙ୍କୁ ସାଧୁବାଦ ଜଣାଇଥିଲେ । ବନ ନିଗମର ବରିଷ୍ଠ କର୍ମଚାରୀ ଶ୍ରୀ ସଂଗ୍ରାମ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲା ବେଳେ ଉପ ଖଣ୍ଡିୟ ପରିଚାଳକ ଅ।ବାହନ କରିଥିଲେ ଓ ଧନ୍ୟବାଦ ଦେଇଥିଲେ ।ଅନ୍ୟାନ୍ୟ ନିଗମ କର୍ମକର୍ତ୍ତା ଓ କର୍ମୀ ମାନେ ସକ୍ରିୟ ସହଯୋଗ କରିଥିଲେ ।

ଶ୍ରୀ ରାଉତଙ୍କ ଶୁଭେଛୁ ବନ୍ଧୁ ଯଥା ଖୋରଧାର NGO ପରିବେଶ କର୍ମୀ ଶ୍ରୀ ଧନେଶ୍ୱର ବିଧାର ଉପସ୍ଥିତ ରହି ତାଙ୍କୁ ପାଇକ ପାଗଡ଼ି ପିନ୍ଧାଇ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଦେଇ ସ୍ୱରଚିତ ପ୍ରଶଂସା ପତ୍ର କବିତା ପାଠ କରିଥିଲେ । ତାଙ୍କ ଅନାବିଳ ଭଲପାଇବା ତାଙ୍କୁ ଖୋର୍ଦ୍ଧା ପାଇକ ମାଟିରୁ ଘୁମୁସର ସଂଗ୍ରାମୀ ମାଟିକୁ ଟାଣି ଆଣିଛି ବୋଲି କହିଥିଲେ । ଖୋର୍ଦ୍ଧା ପାଇକ ବିଦ୍ରୋହରେ ଘୁମୁସରର ୪୦୦ ପାଇକ ଯୋଗ ଦେଇ ବ୍ରିଟିଶ ସୈନ୍ୟଙ୍କୁ ଥରହର କରିଥିଲେ ବୋଲି ସେ କହିଥିଲେ । କେନ୍ଦ୍ରାପଡା ଅଞ୍ଚଳର ବିଶିଷ୍ଟ ସର୍ପ ଧରାଳି ସର୍ପ ବନ୍ଧୁ ପୁରସ୍କାର ପ୍ରାପ୍ତ ଶ୍ରୀ ଉଦୟନାଥ ଚୌଧୁରୀ ମଧ୍ୟ ଏଠି ଯୋଗ ଦେଇ ନିଜ ବକ୍ତବ୍ୟରେ ଶ୍ରୀ ରାଉତଙ୍କୁ ଜଣେ ମହାନ ମଣିଷ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟତମ ବନ୍ଧୁ ଶ୍ରୀ ଗଗନ ବିହାରୀ ପ୍ରଧାନ ଓ ଶ୍ରୀ ପ୍ରକାଶ ପଟ୍ଟନାୟକ ମଧ୍ୟ ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରି ଗୁଣ ଗାନ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ରଖି ଶ୍ରୀ ରାଉତ ବନନିଗମର ଆୟୋଜକ ,ଆବାହକ ଓ ସହଯୋଗୀ କର୍ମକର୍ତା ମାନଙ୍କୁ ଗଭୀର ତଥା ହୃଦୟର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ ଓ ସେମାନଙ୍କ ଦୀର୍ଘକାଳୀନ ନିରବଚ୍ଛିନ୍ନ ସହଯୋଗ ସ୍ମୃତି ହୋଇ ରହିବ ବୋଲି କହିଥିଲେ ।

Leave A Reply

Your email address will not be published.

two + eleven =