Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଘୁମୁସର ଦକ୍ଷିଣ ବନ ବିଭାଗର କାର୍ଯ୍ୟ- ସମୀକ୍ଷା ସମାରୋହ।

ବୁଦ୍ଧ ଖୋଲ(ବୁଗୁଡା)LR NEWS ତା-୨୯.୩.୨୩(ବୁଧବାର)-ଆଜି ନବ-ନିର୍ମିତ ବୁଦ୍ଧ ଖୋଲ ଇକୋ-ପାର୍କ ଠାରେ ପର୍ଯ୍ୟଟକଙ୍କ ଲାଗି ଉଦ୍ଦିଷ୍ଟ  ଟିକଟ କାଉଣ୍ଟର ଉଦଘାଟନ ପୂର୍ବକ ଏହି ପାର୍କ ପରିସରରେ ଘୁମୁସର ଦକ୍ଷିଣ ବନ ବିଭାଗର କାର୍ଯ୍ୟ।ବଳୀ ସମୀକ୍ଷା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଦକ୍ଷିଣ ବନ ଖଣ୍ଡ ମୁଖ୍ୟ ତଥା ଓଡିଶା ବନସେବା  ବରିଷ୍ଠ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ ପୂର୍ବକ ଟିକଟ କାଉଣ୍ଟର ଲୋକାର୍ପଣ କରିଥିଲେ । ବିଗତ ଦେଢ଼ ବର୍ଷର ଉପଲବ୍ଧି ,ସଫଳତା ଓ ସମସ୍ୟା ସମାଧାନ ସମ୍ପର୍କରେ ସେ ନିଜସ୍ୱ ଅଭିଜ୍ଞତା ଓ  ନିଧାର୍ଯ୍ୟ ଦାୟିତ୍ୱର ସଠିକ ନିର୍ବାହ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଆଉ ମାତ୍ର 2 ଦିନ ପରେ ସେ ଓଡ଼ିଶା ବନ ସେବା ତଥା ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଓ  ଭଞ୍ଜନଗର ବନ ନିଗମ ପରିଚାଳକ ପଦବୀରୁ ଅବସର ନେଉ ଥିବାରୁ ଏହି ଆର୍ଥିକ ବର୍ଷର ଶେଷ ସମୀକ୍ଷା ବୈଠକ ଆୟୋଜନ ପୂର୍ବକ ଜଙ୍ଗଲରେ ମୁତୟନ ବିଭିନ୍ନ ବର୍ଗର ବନ କର୍ମଚାରୀଙ୍କୁ ତାଙ୍କର ଦୀକ୍ଷାନ୍ତ ଭାଷଣ ଦେଇଥିଲେ ।

ବନଖଣ୍ଡର ସହ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ ଏହି ଇକୋ-ପାର୍କ ପ୍ରତିଷ୍ଠାର ଆମୂଳଚୂଳ ଇତିହାସ ଓ ତହିଁରେ ତାଙ୍କର ଯୋଗଦାନ ଓ ସକ୍ରିୟ ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ବନ ଖଣ୍ଡର ମୁଖ୍ୟ ସେକ୍ସନ ଅଂଫିସର ଶ୍ରୀ ଅଶୋକ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା ପୂର୍ବକ  କବିତା ପାଠ କରି ବୌଦ୍ଧ ଖୋଲ ପ୍ରାଚୀନ ଐତିହ୍ୟ  ଓ କଳା-ସ୍ଥାପତ୍ୟ ସହ ବନ ବିଭାଗର ଏହି ନୂତନ ପ୍ରକଳ୍ପର ସାଂସ୍କୃତିକ ସଂଯୋଗୀକରଣ ଏକ ନୂତନ ସ୍ମାରକୀ ହୋଇ ରହିବ ବୋଲି ସୂଚାଇ ଥିଲେ । ସ୍ଥାନୀୟ ଘୁମୁସର ଲୋକପ୍ରିୟ ବିଧାୟକ ,ପୂର୍ବତନ ଜଙ୍ଗଲ ମନ୍ତ୍ରୀ  ତଥା ମାନ୍ୟବର ଓଡ଼ିଶାର ବାଚସ୍ପତି ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟଙ୍କ ସ୍ୱପ୍ନର ପ୍ରକଳ୍ପ-ଏହି ବୁଦ୍ଧ ଖୋଲ ଇକୋ-ପାର୍କକୁ ମାନନୀୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ମାର୍ଚ୍ଚ 26 ତାରିଖରେ ସମନ୍ବିତ ଭାବେ ଗଞ୍ଜାମର ଏକାଧିକ ପ୍ରକଳ୍ପକୁ  ଭରଚୁଆଲ -ଲୋକାର୍ପଣ କରିଥିଲେ ,ଯାହା ଆଜି ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ପ୍ରାଚୀନ ବୋୖଦ୍ଧ ଯୁଗୀୟ କଳା-ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଏହାକୁ ନିର୍ମାଣ କରାଯାଇ  ଧ୍ୟାନୀ ବୁଦ୍ଧ ଙ୍କ ଏକ ପ୍ରସ୍ତର ପ୍ରତିମା ଓ ବୌଦ୍ଧ-ପ୍ରାଚୀର ଏଥିରେ ସ୍ଥାପନ କରାଯାଇଛି ।

ଏହି ସମାରୋହକୁ ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମିଶ୍ର ଆୟୋଜନ କରିଥିଲା ବେଳେ  ସୋରଡ଼। ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ,ବଡଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖଡ୍ଗରାୟ,ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ସଚିନ କୁମାର ପ୍ରଧାନ, ଆସ୍କା ରେଞ୍ଜ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ସମସ୍ତ ସକ୍ରିୟ ବନପାଳ,ବନରଖି, ବନ ସୁରକ୍ଷା କର୍ମୀ ଓ ବନ ସ୍ୱୟଂ ସହାୟକ ମହିଳା ସମିତିର ସଭ୍ୟ। ମାନେ ଯୋଗ ଦେଇଥିଲେ । ବନ-ଉନ୍ନୟନ ପ୍ରକଳ୍ପ(ଜାଇକା )କର୍ମଚାରୀ ମାନେ ମଧ୍ୟ ଯୋଗଦେଇ  ସଭା ପରିଚାଳନାରେ ସହଯୋଗ କରିଥିଲେ । ସୋରଡ଼। ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

eight − 1 =