Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଉଗ୍ରତାରାଙ୍କ ପୀଠରେ ଓୟୁଜେ ଖୋର୍ଦ୍ଧା ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା,୨୬।୩: ଓୟୁଜେ ଖୋର୍ଦ୍ଧା ଶାଖା ର ଏକ ସାଙ୍ଗଠନିକ ବୈଠକ ଆଜି ଭୁଶୁଣ୍ଢପୁର ସ୍ଥିତ ମା ଉଗ୍ରତାରାଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତପନ କୁମାର ନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଏଥିରେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସଂଗଠନ ର ରହିଥିବା ବିଭିନ୍ନ ଦାବିକୁ ରାଜ୍ୟ ସଂଗଠନ ର ଦୃଷ୍ଟିକୁ ଆଣି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆୟୋଜିତ ସଭା କାର୍ଯ୍ୟକୁ ଜିଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧରେ ବରିଷ୍ଠ ସଦସ୍ୟ ରବି ମିଶ୍ର, ସନତ ପଟ୍ଟନାୟକ, ଜୟନ୍ତ ରାୟ, ସଂଗ୍ରାମ ହୋତା, ରାଜେଶ ମହାନ୍ତି, ଅଜିତ ମିଶ୍ର, ତ୍ରିଲୋଚନ ବାଗସିଂ, ଚନ୍ଦନ କୁମାର ସୁନ୍ଦରାୟ, ହିମାଂଶୁ ଭୂଷଣ ଚମ୍ପତି, ସୁଧାଂଶୁ ଭୂଷଣ ଚମ୍ପତି, ପ୍ରଭାତ ମହାନ୍ତି, ସଏଦ ଅନସର ଅଲି, ରାକେଶ କୁମାର ଦାସ, ମହମ୍ମଦ ଖାନ, ଇକବଲ ଅହମ୍ମଦ, ଇନ୍ଦ୍ରଜିତ ପଟ୍ଟନାୟକ, ପ୍ରକାଶ ପଟ୍ଟନାୟକ, ରମେଶ ସାମନ୍ତରାୟ, ସୁଭଲକ୍ଷ୍ମୀ ସାମନ୍ତରା, ଶ୍ରୀକାନ୍ତ ପ୍ରଧାନ, କମଳ ଲୋଚନ ପାଇକରାୟ, ଲଳିତ କୁମାର ମହାରଣା, ସତ୍ୟନାରାୟଣ ସାମନ୍ତରାୟ, ଶ୍ରୀକାନ୍ତ ପରିଜା, ବିଶ୍ୱଜିତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସଙ୍ଗଠନକୁ କିପରି ମଜଭୁତ କରାଯିବ ଏବଂ ଆଗାମିଦିନରେ ଜନହିତକର କାର୍ଯ୍ୟ କରାଯିବ ସେନେଇ ନିଜ ନିଜ ର ମତ ଉପସ୍ଥାପନ କରିଥିଲେ। ତେବେ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରେ ସଂଗଠନ ରାଜ୍ୟରେ ୧ନଂ କିପରି ସେ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଜିଲା ସଭାପତି ଶ୍ରୀ ନାୟକ ଆହ୍ବାନ ଦେଇଥିଲେ। ଶେଷରେ ଜିଲା ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ୫୦ରୁ ଉର୍ଦ୍ଧ ସଦସ୍ୟ/ସଦସ୍ୟାଙ୍କୁ ନୂତନ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।

ପ୍ରକାଶ ଥାଉକି, ବୈଠକ ପୂର୍ବରୁ ସଂଗଠନ ପକ୍ଷରୁ ମା’ଉଗ୍ରତାରାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା।

Leave A Reply

Your email address will not be published.

7 + thirteen =