Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କବିସୂର୍ଯ୍ୟନଗର ପ୍ରିମିୟମ ଲିଗ୍ ର ଫାଇନାଲ ମ୍ୟାଚ

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୧୦.୦୨.୨୦୨୦) – : କବିସୂର୍ଯ୍ୟନଗର ପ୍ରିମିୟମ ଲିଗ୍ ର ଫାଇନାଲ ମ୍ୟାଚ
କବିସୂର୍ଯ୍ୟ ନଗର ଶିବା କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ କବିସୂର୍ଯ୍ୟ ନଗର ପ୍ରିମିୟମ ଲିଗ ର ଅନ୍ତିମ ତଥା ଫାଇନାଲ ମ୍ୟାଚ ସ୍ଥାନୀୟ ଚଣା ପଡିଆ ଠାରେ ଖେଳା ଯାଇଥିଲା। ଆଜିର ଏହି ଫାଇନାଲ ମ୍ୟାଚ ରେ ମୂଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଭାରଉତ୍ତୋଲନ ସଙ୍ଘ ର ସଭାପତି ତଥା ରାଜ୍ୟ ଭାରଉତ୍ତୋଲନ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର, ପୂର୍ବତନ ନଗର ପାଳିକା ତଥା କବିସୂର୍ଯ୍ୟ ନଗର ମହିଳା ବିଜେଡି ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ମହାମୟୀ କମିଟି ସଭାପତି ବିଜୟ କୁମାର କଂହର, ସୋସାଇଟି ସଭାପତି ମଂନ୍ମମଥ ପରିଡା, ଯୁବ ନେତା ରସଲ ଦାସ, ସୁଦର୍ଶନ ପ୍ରଧାନ, ଅରୁଣ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ୧୫ ଦିନ ଧରି ଚାଲିଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଘୋଡାପଳାଣ ସହ ମଡ଼ାବାଇ ର ଫାଇନାଲ ମ୍ୟାଚ ଖେଳା ଯାଇଥିଲା ମ୍ୟାଚରେ ମଡ଼ାବାଇ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇ ୧୬ ଓଭର ମ୍ୟାଚରେ ୮୬ ରନ କରିଥିବା ବେଳେ ଘୋଡାପଳାଣ ଟିମ ୧୪ ଓଭର ରେ ୫ ଉଇକେଟ ହରାଇ ୮୭ ରନ କରି ବିଜୟ ହାସଲ କରିଥିଲା । ଉପବିଜେତା ଟିମ ମଡ଼ାବାଇ କୁ ୫୦୦୦ ହଜାର ଟଙ୍କା ସହ ଟ୍ରଫି ସମ୍ମାନିତ ଅତିଥି କୁମୁଦ ଚନ୍ଦ୍ର ସାହୁ, ମନୋରଞ୍ଜନ ମହାପାତ୍ର, ବିଜୟ କଂହର, ଲକ୍ଷ୍ମୀପ୍ରିୟା ସାହୁ ପ୍ରଦାନ କରିଥିବା ବେଳେ ବିଜେତା ଟିମ ଘୋଡ଼ପଳାଣ ଟିମ କୁ ବିଜୟ ଟ୍ରଫି ସହ ୭୦୦୧ ଟଙ୍କା ମୂଖ୍ୟ ଅତିଥି ବିଧାୟିକା ଲତିକା ପ୍ରଧାନ ପ୍ରଦାନ କରିଥିଲେ। ଆଜିର ଏହି ଟୁର୍ନାମେଣ୍ଟ କୁ ଶିବା କ୍ରିକେଟ କ୍ଳବ ର ସଦସ୍ୟ ତପନ କୁମାର ନାୟକ ,ଅକ୍ଷୟ ଦାସ, ବସନ୍ତ ନାୟକ, ଚିରଞ୍ଜିବି ଦାସ, ରଂଜୟ ଦାସ, ସଞ୍ଜୟ ଦାସ, ସୁଦାମ ଦାସ, ଶଙ୍କର ଦାସ ଓ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × five =