ଖୋର୍ଦ୍ଧା LR NEWS ( ୨୧/୦୨/୨୦୨୩) ରିଖ ଦିବା ଘ ୧୧.୦୦ଣ୍ଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଖୋର୍ଦ୍ଧା ନଗରସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ଦେବ ପୀଠ ସ୍ଥଳରେ ଜିଲ୍ଲା ସଭାପତି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଖୋର୍ଦ୍ଧା ନଗର , ବ୍ଲକ, ବାଲିପାଟଣା, ବାଲିଅନ୍ତା, ଜଟଣୀ, ବୋଲଗଡ଼, ବେଗୁନିଆ, ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକର ବହୁ ବୁନ୍ଧିଜୀବୀ ମାନେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ସୁଦର୍ଶନ ନାୟକ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚାର ଶ୍ରୀମତୀ ସ୍ମିତା ସାମନ୍ତରା ଓ ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ଶ୍ରୀଯୁକ୍ତ ଗୁଣନିଧି ମହାପାତ୍ର ସମସ୍ତ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅତିଥି ପ୍ରଗାଢ଼ ଦେଶ ପ୍ରେମୀ ଶ୍ରୀଯୁକ୍ତ ନାୟକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟତଃ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ଵାରା ହୋଇ ଥିବା ଅର୍ଥ ବଜେଟ ଉପରେ ଆଲୋଚନା କରିଥିଲେ। ଉକ୍ତ ବଜେଟ ଦ୍ବାରା ସବୁବର୍ଗର ଲୋକେ କିପରି ଉପକୃତ ହେବେ ତାହା ଗାଁ ଗହଳିର ଲୋକଙ୍କୁ ବୁଝାଇବା ପାଇଁ ବୁଦ୍ଧିଜୀବୀ ମାନଙ୍କୁ ଉପଦେଶ ଦେଇଥିଲେ।
ସମ୍ମାନୀତ ଅତିଥି ମାନେ ବଜେଟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ସଭାପତିଙ୍କ ଅଭିଭାଷଣ ପରେ ନଗର ସଂଯୋଜକ ବଦ୍ରୀନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ ପୁର୍ବକ ସଭାଭଙ୍ଗ କରିବାକୁ ସଭାପତିଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ସହ ସଯୋଜକ ଶ୍ରୀ ପ୍ରଦୀପ୍ତ ମହାନ୍ତି, ବାଲିପାଟଣା ସଭା ପରିଚାଳନା କରିଥିଲେ। ସମସ୍ତ ଅତିଥି ମାନଙ୍କପାଇଁ ଶ୍ରୀ ଅଭିମନ୍ୟୁ ଘଟୁଆଳ ଓ ଶ୍ରୀ ଜିତେନ୍ଦ୍ର ବେହେରା ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଶୁସାନ୍ତ ବାହିନୀପତି, ଶ୍ରୀ ହେମନ୍ତ ବେହେରା, ଶ୍ରୀ ମିହିର ବିଧାନ, ଶ୍ରୀ ରଜତ ଶର୍ମା ଆଦି ଅନ୍ୟ ବହୁତ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।