Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ବାଣପୁର ଘରେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ବାଣପୁର: LR NEWS ବାଣପୁରରେ ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଜାର ସାହିରେ ଚଢ଼ାଉ ଜାରି ରଖିଛନ୍ତି।

ଖବର ମୁତାବକ ବାଲେଶ୍ୱର ଡିଭିଜନ ୨ ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଅଜୟଙ୍କ ମୂଳ ଘର ବାଣପୁର ହୋଇଥିବା ବେଳେ ଏକାକାଳୀନ ଭାବେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ତାଙ୍କ ପୈତୃକ ଘର ବାଣପୁର, ସମ୍ପର୍କୀୟଙ୍କ ଘର ବାଲୁଗାଁ, ଟାଙ୍ଗୀ, ବାଲେଶ୍ଵରର ସରକାରୀ ବାସଭବନ, ପୁରୀସ୍ଥିତ ଅନନ୍ୟା ପାମ ବିଚ୍ ଏବଂ ବାଲେଶ୍ଵର ତାଙ୍କ ଅଫିସରେ ସକାଳୁ ଚଢ଼ାଉ ଜାରି ରହିଛି। ବାଣପୁରରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବେଉରାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି।

Leave A Reply

Your email address will not be published.

1 + 1 =