Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅହେତୁକ ନାରୀ ନିର୍ଯ୍ୟାତନାର ପ୍ରତିବାଦ ଓ ମହିଳାଙ୍କ ସୁରକ୍ଷା ଦାବୀରେ ଖୋରଧା ଜିଲ୍ଲା କଂଗ୍ରେସର ବିଶାଳ ପ୍ରତିବାଦ ସଭା।

ଖୋର୍ଦ୍ଧା LR NEWS – ଆଜି ତା ୨୫ / ୩ ଦିନ ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଉଲ୍ଲଙ୍କ ଆହ୍ୱାନ ରେ ଓ ପ୍ରଦେଶ କଂଗ୍ରେସ ର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ି ଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳାତ୍କାର ପ୍ରତିବାଦରେ ଏକ ବିଶାଳ ଶୋଭାଯାତ୍ରା ଖୋରଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋରଧା ନୂଆ ବସ୍‌ଷ୍ଟାଣ୍ଡ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା । ଖୋରଧା ବେଗୁନିଆ, ବୋଲଗଡ଼, ଚିଲିକା, ଚଟଣୀ ଓ ବାଲିଅନ୍ତା ବାଲିପାଟଣା ନିର୍ବାଚନ ମଣ୍ଡଳୀର ଶବ୍ଦ ଶବ୍ଦ କଂଗ୍ରେସ କର୍ମୀ ଓ ମହିଳା ଏହି ଶୋଭା ଯାତ୍ରାରେ ଯୋଗଦେଇ ସରକାର ବିରୋଧ ନାରା ବାଦୀ ଓ ମହିଳା ସୁରକ୍ଷାର ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ ଦପ୍ତର ନିକଟରେ ପହଁଚିବା ପରେ ଏକ ପ୍ରତିବାଦ ସଭା କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବେଗୁନିଆ ବୋଲଗଡ଼ର ପ୍ରାର୍ଥୀ ପୃଥ‌ବୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ଛାତ୍ର କଂଗ୍ରେସର ସଭାପତି ସ୍ଵାଗତିକା ପଟ୍ଟନାୟକ, ପ୍ରଦେଶ କଂଗ୍ରେସର ଉପସଭାପତି ଓ ପୂର୍ବତନ ଜିଲ୍ଲା କଂଗ୍ରେସର ସଭାପତି ଜାନଳା ବଲ୍ଲଭ ପଟ୍ଟନାୟକ, ସଦାଶିବ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ବିଶ୍ୱଭୂଷଣ ଛୋଟରାୟ, ଚପନ ଚକ୍ରବର୍ତ୍ତୀ ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ, ସୈମ୍ୟ ରଂଜନ ବରାଳ, ଅମିତ୍ ମହାନ୍ତି, ଡଃ ବିଶ୍ବରଂଜନ ମହାନ୍ତି, ମିଲାବିତ୍ୟ ପଟ୍ଟନାୟକ, ଶିଶିର ପରିଡ଼ା, ପ୍ଲାବନ ପଟ୍ଟନାୟକ ଓ କାର୍ଯ୍ୟକ୍ରମର ପ୍ରଭାରୀ ଜୟଶ୍ରୀ ପାତ୍ର ପ୍ରମୁଖ ନିଜ ନିଜ ଅଭିଭାଷଣର ବିଜେପି ସରକାର ଅମଳରେ ଆବାସିକ୍ ବିଦ୍ୟାଳୟରେ ବୃଦ୍ଧି ପାଇଥିବା କୁମାରୀ ମାତୃତ୍ଵ, ଦୁଷ୍କର୍ମ ଓ ପ୍ରତ୍ୟେକ ଦିନ ଘଟି ଚାଲିଥିବା ନାରୀ ନିର୍ଯ୍ୟାତନାର ପ୍ରତିବାଦ କରିବା ସହ ଅପରାଧୁଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆହ୍ବାନ ଦେବା ସହ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏଥିରେ ଖିଲାପ ହେଲେ ଆଗାମୀ ଦିନରେ କଂଗ୍ରେସ ବ୍ୟାପକ ଜନ ଆନ୍ଦୋଳନ କରି ସରକାରଙ୍କୁ ଅକାମୀ କରିଦେବାକୁ ଚେତାବନୀ ଦେଇଥିଲେ ।

ପ୍ରତିବାଦ ସଭାରେ ପରେ କଂଗ୍ରେସର ଏକ ପ୍ରତିନିଧ ମଣ୍ଡଳୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଦେବା ନିମନ୍ତେ ଜିଲ୍ଲାପାଳଙ୍କ ଦସ୍ତୁର ମଧ୍ୟକୁ ଯାଇଥିଲେ । କିନ୍ତୁ ଦାବୀ ପତ୍ର ନେବା ନିମନ୍ତେ ଜିଲ୍ଲାପାଳ ନିମ୍ବା ଏ.ଡ଼ି ଏମ୍ କେହି ଉପସ୍ଥିତ ନ ଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଜରେଜନା ସୃଷ୍ଟି ହୋଇଥିଲା । ଦପ୍ତର ମଧ୍ୟରେ କଂଗ୍ରେସ କର୍ମୀ ଉଗ୍ନ ହୋଇ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ପ୍ରବଳ ନାରାବାଜୀ କରିଥିଲେ ଓ କିଛି ସମୟ ପରେ ଏଡ଼ି. ଏମ୍ ପହଞ୍ଚୁବା ପରେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଦାବୀ ପତ୍ର ଦେବାକୁ ମନା କରି ଜିଲ୍ଲାପାଳ ଆସିବାକୁ ଅଢ଼ି ବସିଥିଲେ । ପ୍ରାୟ ଏକ ଘଣ୍ଟା ପରେ ଜିଲ୍ଲାପଳ ପହଞ୍ଚୁ ଦାବୀ ପତ୍ର ଗ୍ରହଣ କରିବା ସ‌ହ ବିଳମ୍ବ ନିର୍ମିତ ଭୁଲ ବୁଝାମଣା ନିମନ୍ତେ ଦୁଃଖ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗୋପନ ମାର୍ଥା, ସୌମ୍ୟ ପଟ୍ଟନାୟକ, ଅମରେଶ ପରିଡ଼ା, ଅଶୋକ ମଙ୍ଗରାଜ, ଭରତ ଆଚାର୍ଯ୍ୟ, ବଟକୃଷ୍ଣ ରାଉତ, ସୁଜାନ୍ତ ରାଉତ, ଜୟନ୍ତୀ ରାୟ, ସାବିତ୍ରୀ ନାୟକ, ପ୍ରଶାନ୍ତ ଶ୍ରୀଚନ୍ଦନ, ଶ୍ରୀଯୁକ୍ତ ଗୁରୁଚରଣ ପଟ୍ଟନାୟକ, କିତେନ୍ଦ୍ର ଚମ୍ପରି, ହଳିମ୍ ଖାନ, ତାପସ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

2 × 3 =