ଖୋର୍ଦ୍ଧା-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଚାଲିିଥିବା ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଟୁର୍ନାମେଂଟର ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଗୁଡ଼ୁମ ଦଳକୁ ୬ଉଇକେଟରେ ହରାଇ କଲ୍ୟାଣପୁର ଦଳ ବିଜୟ ହୋଇଥିବା ବେଳେ, ୨ୟ ମ୍ୟାଚରେ କୁମାରବସ୍ତ ଦଳକୁ ୩୩ରନରେ ହରାଇ ଦେଉଳଟାଙ୍ଗୀ ଦଳ ବିଜୟ ହୋଇଥିଲା । ପ୍ରଥମ ମ୍ୟାଚରେ ଗୁଡ଼ୁମ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୬ ଓଭରରେ ୮ ଉଇକେଟ ହରାଇ ୧୩୭ରନ କରିଥିଲେ । ଦଳ ପକ୍ଷରୁ ରାଜେଶ ଗୁରୁ ୩୫ଟି ବଲରୁ ୬୬ ଓ କୃଷ୍ଣ ସାହୁ ୧୩ଟି ବଲରୁ ୧୫ରନ କରିଥିଲେ । ସେହିପରି କଲ୍ୟାଣପୁର ଦଳ ପକ୍ଷରୁ ମନୋଜ ସେଠୀ ୪ଟି ଓ ଅନିଲ ସାହୁ ୩ଟି ଉଇକେଟ୍ ନେଇଥିଲେ । ଜବାବରେ କଲ୍ୟାଣପୁର ଦଳ ୧୨ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ୧୩୮ରନ କରି ବିଜୟ ଘୋଷିତ ହୋଇଥିଲେ । ଦଳ ପକ୍ଷରୁ ପ୍ରାଣବନ୍ଧୁ ସାମନ୍ତରାୟ ସର୍ବାଧିକ ୧୬ଟିବଲରୁ ୩୮ରନ କରିଥିବା ବେଳେ ଗୁଡ଼ୁମ ଦଳର ଧନଞ୍ଜୟ ବଡ଼ଜେନା ୩ଟି ଉଇକେଟ ନେଇଥିଲେ । ସେହିପରି ୨ୟ ମ୍ୟାଚରେ କୁମାରବସ୍ତ ଦଳ ଟସରେ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ତେବେ ଦେଉଳଟାଙ୍ଗୀ ଦଳ ବ୍ୟାଟିଂ କରି ୧୬ ଓଭରରେ ୬ ଉଇକେଟ ହରାଇ ୨୧୦ରନ କରିଥିଲେ ।
ଦଳ ପକ୍ଷରୁ ବିକାଶ ଦଳେଇ ୪୨ବଲରୁ ୮୩ରନ ଓ ଗଙ୍ଗାଧର ବେହେରା ୩୫ଟି ବଲରୁ ୬୯ରନ କରିଥିଲେ । କୁମାରବସ୍ତ ଦଳ ପକ୍ଷରୁ ଦେବାଶିଷ ବଳିୟାରସିଂ ୨ଟି ଉଇକେଟ ନେଇଥିଲେ । ଜବାବରେ କୁମାରବସ୍ତ ଦଳ ୧୬ ଓଭରରେ ୯ଟି ଉଇକେଟ ହରାଇ ୧୭୭ରନ କରିବାକୁ ସକ୍ଷମ ହୋଇଥିଲେ । ଦଳ ପକ୍ଷରୁ ବିଶ୍ୱବିଜୟୀ ରାଉତରାୟ ୧୭ଟି ବଲରୁ ୪୭ରନ କରିଥିଲେ । ଦେଉଳଟାଙ୍ଗୀ ଦଳ ପକ୍ଷରୁ ଶିବାନୀ ମିଶ୍ର ୩ଟି ଉଇକେଟ ନେଇଥିଲ । ପ୍ରଥମ ମ୍ୟାଚରେ ଅତିଥି ଭାବେ ଖୋର୍ଦ୍ଧା କ୍ରିକେଟ ଆସୋସିସନର ବରିଷ୍ଠ ସଦସ୍ୟ ବ୍ରିଜେଶ ପ୍ରଧାନ ଯୋଗଦେଇ କଲ୍ୟାଣପୁର ଦଳର ପ୍ରାଣବନ୍ଧୁ ସାମନ୍ତରାୟଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିବା ବେଳେ, ୨ୟ ମ୍ୟାଚରେ କ୍ରୀଡ଼ା ପ୍ରଶିକ୍ଷକ ଅମିତ ବେହେରା ଯୋଗଦେଇ ଦେଉଳଟାଙ୍ଗୀ ଦଳର ବିକାଶ ଦଳେଇଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଆଜିର ମ୍ୟାଚକୁ ସୁଜିତ୍ ପରିଡ଼ା, ସଂତୋଷ ପ୍ରଧାନ ଓ ସାନୁଜ ବିଶ୍ୱାଳ ପରିଚାଳନା କରିଥିବା ବେଳେ, ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଖେଳ ସଂପାଦନା କରିଥିଲେ ।