Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ ମୃଗ ଗଣନା ଜାରି।

ଆସ୍କା, LR NEWS ତା 29 .1.2023-ଆଜି ପ୍ରାତଃ ଭୋରରୁ ଦିନ 12 ଟା ପର୍ଯନ୍ତ ଘୁମୁସୁର ଦକ୍ଷିଣ ବନ ଡିଭିଜନ ତରଫରୁ ସାମୁହିକ ଭାବେ ଏକକାଳୀନ କୃଷ୍ଣସ।ର ମୃଗ ଗଣନା କାର୍ଯ୍ୟ କରାଯାଇଛି । ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ ଆସ୍କା, ବୁଗୁଡା,ପୋଲସରା ରେଞ୍ଜ ଅଞ୍ଚଳର ସମସ୍ତ ସମ୍ଭାବ୍ୟ ବିଚରଣ ସ୍ଥଳୀ ଗୁଡିକ ପ୍ରତ୍ୟକ୍ଷ ସର୍ବେକ୍ଷଣ କରାଯାଇ ମାଈ,ଅଣ୍ଡିରା,ଛୁଆ କୃଷ୍ଣସାରଙ୍କ ବର୍ତ୍ତମାନର ସ୍ଥିତି ତଥ୍ୟ ଆକଳନ ଚାଲିଛି,ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା କାଲି ସୁଦ୍ଧା ମିଳିଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ପାଗ ଅଧିକ କୁହୁଡ଼ିଆ ଥିବା ଯୋଗୁଁ ମୃଗ ମାନେ ପଦାକୁ ବାହାରିବାର ଯଥେଷ୍ଟ ଡେରି ହୋଇଥିଲା । ପୁଣି ସେମାନଙ୍କ ବିହାର ଓ ବିଚରଣ ଘନ କୁହୁଡ଼ିରେ ପ୍ରକୃତ ସଂଖ୍ୟା ଗଣିବା କଷ୍ଟକର ହୋଇପଡିଥିଲା । ତେବେ ଅସମର୍ଥୀତ ସୂତ୍ରରୁ ଏହା ଅନୁମାନ କରାଯାଏ ଯେ ଏହି ବନକ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା କିଛି କମ ସ୍ଥିତି ଥିବା ପୂର୍ବାନୁମାନ କରାଯାଏ ।

ଏତେ ସଂଖ୍ୟକ ମୃଗ ବିଚରଣ ଓ ଖାଦ୍ୟ ଅନ୍ୱେଷଣ ଆବଶ୍ୟକ ପଡୁଥିବା ନିବାସ ସ୍ଥଳୀ ପର୍ଯ୍ୟାପ୍ତ ହେଉନଥିବାରୁ ବାଧ୍ୟ ହୋଇ ସେମାନେ ପଡୋଶୀ ଡିଭିଜନର ପ୍ରାନ୍ତର କ୍ଷେତ୍ର ଖୋଜି ଖୋଜି ଭ୍ରାମ୍ୟମାଣ ଭାବେ ସ୍ଥାନ ବଦଳାଉଛନ୍ତି । ପଡୋଶୀ ବ୍ରହ୍ମପୁର ଡିଭିଜନରେ ମଧ୍ୟ ଆଜି ଏହି ମୃଗ ଗଣନା ଶେଷ ହୋଇଛି । ଘୁମୁସର ଦକ୍ଷିଣ ବନଖଣ୍ଡର 5ଟି ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଚାଲୁ ରହିଛି ।ସର୍ବମୋଟ 64 ୟୁନିଟ ଗଣତି ଦଳ ଗଠିତ ହୋଇଛି । ବନଖଣ୍ଡ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ,ସହ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ ଆସିକା ଚାରିମାଇଲି ବନ କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ଶିବିରରେ ରହି  ଆବଶ୍ୟକୀୟ ପରିଚାଳନା ଓ ସମୀକ୍ଷା କରୁଅଛନ୍ତି ।

ଆସୁଥିବା ସମସ୍ତ ତଥ୍ୟ।ବଳୀକୁ ସଠିକ ଓ ସମ୍ପୂର୍ଣ୍ଣ ରୂପରେଖ ଦେଈ ଆବଶ୍ୟକ ନିର୍ଭୁଲ  ତଥ୍ୟପତ୍ର ପ୍ରସ୍ତୁତି ନିମନ୍ତେ ଡିଭିଜନର ମୂଖ୍ୟ ସେକ୍ସନ ଅଫିସର ଶ୍ରୀ ଅଶୋକ ସାହୁ ନିୟୋଜିତ ଅଛନ୍ତି । ଉପରିସ୍ଥ  କାର୍ଯ୍ୟାଳୟକୁ ଏହାର କମ୍ପ୍ୟୁଟରୀୟ ପଞ୍ଜିକୃତ ଓ ଉଲ୍ଲେଖନ  ନିମନ୍ତେ ପଠାଯାଇ ସେଠାରୁ ପ୍ରାମାଣିକ ହୋଇସାରିଲାପରେ ଏହି ତଥ୍ୟ ସମ୍ପୂର୍ଣ୍ଣ ସାର୍ବଜନୀନ କରାଯିବାର ବ୍ୟବସ୍ଥା ରଖାଯାଇଛି ।
          

2021 ଗଣନା ଅନୁଯାୟୀ ଏହି ବନଖଣ୍ଡରେ ସର୍ବମୋଟ 4483 ଟି ମୃଗ ଥିଲା ।ଏଥିରେ ଅଣ୍ଡିରା 1220,ମାଈ 2471,ଛୁଆ 792 ଅନ୍ତର୍ଭୁକ୍ତ ଥିଲେ ।

Leave A Reply

Your email address will not be published.

12 − 10 =