Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଜୀବନ (କବିତା)

ମହାକାଳ ସମୟର କଷଟି ପଥରରେ
ଚିରକାଳ ଘଷ। ଏଇ ଆମ ଜୀବନ
ଅନେକ ସୁଖ ଦୁଃଖ,ହସ କାନ୍ଦ,ଲହୁ ଲୁହ
ଘଟଣା ଓ ଦୂର୍ଘଟଣାରେ ପରିପୂର୍ଣ୍ଣ ।

ତିକ୍ତ ଓ  ମଧୁର ଅନେକ ସ୍ମୃତି ପୁଣି ଅନୂଭୁତି
କେତେ ଆଶା,କେତେ ସ୍ବପ୍ନ
କେତେ କେତେ ଅସୁମାରୀ ଅସ୍ପଷ୍ଟ ପାଦଚିହ୍ନ
ସମୟର ବାଲୁକା ଶଯ୍ୟାରେ ।

ଐତିହ୍ୟ ଓ ଇତିହାସର ମହାନଦୀ
ବହୁଛି ଉଜାଣି ……..
ତୀରେ ତୀରେ ତାର
କେତେ କେତେ ଜନପଦ
କେତେ ନଦୀ ନାଳ ପୁଣି
ଘାଟୀ ରାସ୍ତା ପଡାଣି ଉଠାଣି ।

ଏ ଜୀବନ ଏକ ଅସମାପ୍ତ ଚଲାପଥ
କେବେ ପୁଷ୍ପ ମୟ,କେବେ କଣ୍ଟକିତ
ତଥାପି, ଢୋକେ ପିଇ ଦଣ୍ଡେ ଜୀଇଁ
ଚାଲିବାର ଅନ୍ୟ ନାମ ଏଠି ଜୀବନ।

        ଅଣୁ ଫର୍ଦ୍ଦ, ଭଂଜନଗର
         ମୋ-୯୧୧୪୩୮୫୩୩୫

Leave A Reply

Your email address will not be published.

three × three =