Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆସିକା ବନାଞ୍ଚଳ ଠାରେ ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା।

ଚାରିମାଇଲି(ଆସିକା)LR NEWS ତା-୨୮.୧.୨୦୨୩ ସ୍ଥାନୀୟ ଆସିକା ବନାଞ୍ଚଳ ପରିସରରେ ଘୁମୁସର ଦକ୍ଷିଣ ବନ ବିଭାଗ ତରଫରୁ 2023 ମୃଗ ଗଣନା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ଚରଣ ମହାନ୍ତି ଏହାକୁ ଉଦଘାଟନ କରି ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ମତ ରଖିଥିଲେ । ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ ଏଥିରେ ଅଧ୍ୟକ୍ଷତା କରି  ବିଭାଗୀୟ ମାର୍ଗଦର୍ଶନ କରିଥିଲେ । ଶ୍ରୀ ପ୍ରଭାକର ନାୟକ,ସହ ବନ ସଂରକ୍ଷକଙ୍କ ଦ୍ଵାରା ସମ୍ପାଦିତ ଏଇ ଶିବିରରେ ଅଧ୍ୟାପକ ଶ୍ରୀ ଶଙ୍କର ପ୍ରସାଦ ଅଧିକାରୀ ,ଆସ୍କା ବିଜ୍ଞାନ ମହାବିଦ୍ୟାଳୟ, ଶ୍ରୀ ଅମୂଲ୍ୟ ଉପାଧ୍ୟାୟ, ବୁଗୁଡା ବାଲିପଦର ଭେଟନଇ ମୃଗ ସୁରକ୍ଷା କମିଟି ସଭାପତି, ଶ୍ରୀ ଚିତ୍ରସେନ ସେଠୀ, ପ୍ରଶିକ୍ଷକ,ଡ଼ ଉଦୟ ଦାସ,ପ୍ରଶିକ୍ଷକ,ଶ୍ରୀ ଆକାଶ ରଥ,ପ୍ରଶିକ୍ଷକ,ଶ୍ରୀ ଉମାକାନ୍ତ ବିଶ୍ୱାଳ,ନେଚର କ୍ଲବ ସ୍ବେଛାସେବୀ ପ୍ରମୁଖ ଯୋଗଦେଇ ଆଗାମୀ କାଲି ହେବାକୁ ଥିବା ମୃଗ ଗଣନା ସମ୍ପର୍କିତ ବୈଷୟିକ ମତ ରଖିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶ୍ରୀ ଶୁଳପାଣି ଶତପଥୀ ବନ୍ୟପ୍ରାଣୀ ସଚେତନତା କରିଥିଲେ । ଶ୍ରୀ ମଧୁସ୍ମିତ ପତି ଧନ୍ୟବାଦ ଦେଇଥିଲେ । ଆସିକା ବନାଞ୍ଚଳ ଅଧିକାରୀଶ୍ରୀ ପ୍ରମୋଦ କୁମାର ପଣ୍ଡା କାର୍ଯ୍ୟକ୍ରମ ଶିବିର  ଆୟୋଜନ କରିଥିଲେ । ଶ୍ରୀ ଅଶୋକ ସାହୁ,ମୁଖ୍ୟ ସେକ୍ସନ ଅଫିସର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ସଚିନ ପ୍ରଧାନ,ବଡଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରମୋଦ ଖଡ୍ଗରାୟ, ବୁଗୁଡା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ ମିଶ୍ର,ସୋରଡା ବନାଞ୍ଚଳ ଅଧିକାରୀ ଶ୍ରୀ ଲମ୍ବୋଦର ବାସ୍କେ ,ବୁଗୁଡା ପୂର୍ବତନ ବନାଞ୍ଚଳ ଅଧିକାରୀ ଶ୍ରୀ ଫକୀର ବେହେରା,ଆସ୍କା ପୂର୍ବତନ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ, ସମସ୍ତ ରେଞ୍ଜ ର ବନପାଳ,ବନରଖି,ପାରା ଷ୍ଟାଫ ଇତ୍ୟାଦି ଯୋଗଦେଇ ଆଗାମୀ କାଲି ମୃଗ ଗଣନା ପାଇଁ ପ୍ରସ୍ତୁତି ହୋଇଥିଲେ ।

2ୟ ପର୍ଯ୍ୟାୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସମ୍ପର୍କରେ ଜ୍ଞାନ କୌଶଳ ପ୍ରଶିକ୍ଷଣ ଓ ସଚେତନତା ପ୍ରଦାନ କରାଯାଇଥିଲା । ଏଥିରେ ଖଣ୍ଡିୟ ବନ ଅଧିକାରୀ ଅଧ୍ୟକ୍ଷତା କରି ମାର୍ଗଦର୍ଶନ କରିଥିଲେ । ଶ୍ରୀ ମାଧବ ମହାରଣା ଜଙ୍ଗଲ ସୁରକ୍ଷା ସଚେତନତା ସଙ୍ଗୀତ ଗାନ କରିଥିଲେ । ଶ୍ରୀ ଶୁଳପାଣି ଶତପଥୀ ସରସ ସୁନ୍ଦର ଗପ,ଗୀତ ମାଧ୍ୟମରେ ବଣଜଙ୍ଗଲରେ ନିଆଁକୁ କିଭଳି ନିୟନ୍ତ୍ରଣ କରାଯିବ,ସେ ସମ୍ପର୍କରେ ବୁଝାଇଥିଲେ । ସମ୍ବାଦ ଗଣ ମାଧ୍ୟମ ପ୍ରତିନିଧି ଶ୍ରୀ ବୁଲୁ ପାଣିଗ୍ରାହୀ, ନିଜ ବକ୍ତବ୍ୟରେ ବନବିଭାଗ ସହ ସମସ୍ତ ସକାରାତ୍ମକ ସହଯୋଗ ରଖିବା ପାଇଁ ସାମ୍ବାଦିକ ମାନଙ୍କୁ ପ୍ରବର୍ତ୍ତିତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରକୃତିବନ୍ଧୁ ଶିକ୍ଷକ ଶ୍ରୀ ଦୂତିକୃଷ୍ଣ ଲେଙ୍କା ମଧ୍ୟ ନିଜ ବକ୍ତବ୍ୟ ରଖି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

nineteen − 13 =